ଭୁବନେଶ୍ୱର: ଆରଏସଏସ ମୁଖ୍ୟ ମୋହନ ଭଗବତ ଓଡିଶା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଡକ୍ଚର ମୋହନ ଭାଗବତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ। କେଶବଧାମରେ ଆୟୋଜିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେବେ। ସେଠାରେ ସେ ୪ ଦିନ ରହିବେ। ସେଠାରେ କୌଣସି ସାର୍ବଜନୀନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ମୋହନ ଭାଗବତଙ୍କ ଏହି ଗସ୍ତ କେବଳ ସାଙ୍ଗଠନିକ କାର୍ୟ୍ୟ ପାଇଁ ଉଦ୍ଦିଷ୍ଟ। ଓଡ଼ିଶା ଗସ୍ତ ସାରି ୧୫ ତାରିଖରେ ମୋହନ ଭାଗବତ ଫେରିଯିବେ ବୋଲି ସୂଚନା ମିଳିଛି। ଓଡିଶାର ବିଭିନ୍ନ ସ୍ଥାନରୁ ଆରଏସଏସ ସଦସ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି। ସେ ଓଡିଶାରେ ରହିବା ସମୟରେ ଆରଏସଏସର ବିଭିନ୍ନ କାର୍ୟ୍ୟକଳାପ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଦଳର ସମ୍ପ୍ରସାରଣ ଯୋଜନା, ନୂତନ ସଦସ୍ୟଙ୍କ ଯୋଗଦାନ ଏବଂ ବିକାଶମୂଳକ କାର୍ୟ୍ୟକଳାପର ଯୋଜନା ମଧ୍ୟ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଗସ୍ତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇପାରେ।