ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

0

ଗର୍ଜୁଛି ଗିଲ୍‌ଙ୍କ ବ୍ୟାଟ୍‌ । ଲଗାତର ଭାବେ ଦିନିକିଆ କ୍ରିକେଟ୍‌ରେ ବିଶାଳ ବିଶାଳ ସ୍କୋର କରିଚାଲିଛନ୍ତି ଶୁବମନ୍‌ ଗିଲ୍‌ । ଆଉ ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି । ଏହିକ୍ରମରେ ଆଉ ୬୬୫ ରନ୍‌ର ଆବଶ୍ୟକ ଅଛି । ଯଦି ଶୁବମନ୍‌ ଗିଲ୍‌ ଏତିକି ରନ୍‌ ସଂଗ୍ରହ କରନ୍ତି । ତେବେ ସେ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ ବ୍ରେକ୍‌ କରିବାରେ ସକ୍ଷମ ହେବେ ।

ଖବର ଅନୁଯାୟୀ, ଶୁବମନ ଗିଲ୍‌ ୨୦୨୩ ବର୍ଷରେ ୨୦ଟି ଇନିଂସ ଖେଳି ୧୨୩୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଶୁଭମନଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୫.୦୩ ରହିଥିବା ବେଳେ ଆଭରେଜ୍‌ ୭୨.୩୫ ରହିଛି । ଜଣେ ଯୁବ ବ୍ୟାଟସମ୍ୟାନ୍‌ ଭାବେ ଗୋଟେ କ୍ୟାଲେଣ୍ଡର ବର୍ଷରେ ଏତେ ପରିମାଣରେ ରନ୍‌ ହାସଲ କରିବାରେ ଅନେକ ବରିଷ୍ଠ ଖେଳାଳିଙ୍କୁ ପଛରେ ଛାଡିଛନ୍ତି ଗିଲ୍‌ ।୨୦୨୩ରେ ଶୁବମନ୍‌ ୬ଟି ଶତକ ମାରିଥିବା ବେଳେ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ଶୁବମନ୍‌ ଏହି ରନ୍‌ କରିବା ଦ୍ୱାରା ଧୋନି, ଅଜାରୁଦ୍ଦିନ, ସୌରଭ ଗାଙ୍ଗୁଲି,ଇଞ୍ଜାମାନ ଉଲ୍‌ ହକ୍‌, ଗୌତମ ଗମ୍ଭୀରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।

ତେବେ ଗୋଟିଏ ବର୍ଷରେ ସବୁଠୁ ଅଧିକା ରନ୍‌ କରିବାରେ ରେକର୍ଡ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚ୍ଚିନ ତେନ୍ଦୁଲକର ଗୋଟିଏ ବର୍ଷରେ ୧୮୯୪ ରନ୍‌ ସଂଗ୍ରହ କରିଥିଲେ । ୧୯୯୮ ମସିହାରେ ଦିନିକିଆ କ୍ରିକେଟ୍‌ରେ ତେନ୍ଦୁଲକର ଏହି ରେକର୍ଡ କରିଥିଲେ । ଯାହା ଏବେ ଯାଏଁ ଅନ୍‌ବ୍ରେକ୍‌ ହୋଇ ରହିଛି । ତେନ୍ଦୁଲକର ୩୪ଟି ଇନିଂସ ଖେଳି ଏହି ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୯ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୧୪୩ ରହିଛି ।

ତେବେ ଶୁବମନ୍‌ଙ୍କୁ ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡକୁ ବ୍ରେକ୍‌ ଦେବାକୁ ହେଲେ, ଆଉ ୬୬୫ ରନ୍‌ର ଆବଶ୍ୟକ ରହିଛି । ଆଗକୁ ତିନୋଟି ଦିନିକିଆ ମ୍ୟାଚ୍‌ ଏବଂ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ରହିଛି । ଯଦି ଏହି ସମୟ ମଧ୍ୟରେ ଶୁବମନ୍‌ ୬୬୫ ରନ୍‌ ପୂରଣ କରିବାରେ ସକ୍ଷମ ହୁଅନ୍ତୁ । ତେବେ ଜଣେ ଭାରତୀୟ ରେକର୍ଡ କାଟିବେ ଆଉ ଜଣେ ଭାରତୀୟ କ୍ରିକେଟର।