ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଏବେ ବିବାଦ ଘେରରେ l ଏହି ରତ୍ନଭଣ୍ଡାର ଦୀର୍ଘ ବର୍ଷ ହେବ ଖୋଲୁନଥିବାରୁ, ସେଥିରେ ଥିବା ଠାକୁରଙ୍କ ଅଳଙ୍କାର କେତେ ସୁରକ୍ଷିତ ତାକୁ ନେଇ ସବୁଠି ପ୍ରଶବାଚୀ ସୃଷ୍ଟି ହେଉଛି lସରକାର ଏଥି ପ୍ରତି କର୍ଣ୍ଣପାତ କରୁନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି l ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶାର ବିଭିନ୍ନ ବ୍ଲକ୍ ରେ ଥିବା ବିଭିନ୍ନ ଦେବଦେବୀଙ୍କ ପୀଠରେ ସଂକୀର୍ତ୍ତନ ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରାଯାଇଛି l ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ତୁରନ୍ତ ଖୋଲା ଯିବା ସହ ଗଣତି, ମଣତି ଏବଂ ଶ୍ରୀମନ୍ଦିର ର ଚାରି ଦ୍ଵାର ଖୋଲାଯିବା କୁ ଦଳ ପକ୍ଷରୁ ଦୃଢ ଦାବି କରାଯାଇଛି। କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଓ ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଜିଗ୍ନିପୁରସ୍ଥିତ ଶ୍ରୀ ବଳଦେବଜୀଉ ଙ୍କ ବ୍ରହ୍ମକ୍ଷେତ୍ର ଠାରେ ଏକ ପ୍ରତିବାଦ ସଭା କରାଯିବା ଦେଖିବାକୁ ମିଳିଥିଲା ।ପ୍ରଥମେ ଦଳ ପକ୍ଷରୁ ଦୀପଦାନ ସହ ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଶତାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।