ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ ଦଣ୍ଡାଦେଶ

0

ବ୍ରହ୍ମପୁର : ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇଛି। ତାଙ୍କର ୨ ସହଯୋଗୀ ଗଙ୍ଗା ବେହେରା , ବିଧାନ ସେଠୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇଛି । ଏହି ମାମଲାରେ ୩ ଦୋଷୀଙ୍କୁ ଦଣ୍ଡାଦେଶ କଲେ ବ୍ରହ୍ମପୁର ଏଡିଜେ -୩ କୋର୍ଟର ବିଚାରପତି ରାଜ କୁମାର ଦାସ ଏହି ରାୟ ଦେଇଛନ୍ତି।
ସୂଚନା ୟନୁଯାୟୀ, ତ୍ରିକୋଣିୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅଭିଯୁକ୍ତ ଡାକ୍ତର ୨୦୧୮ ସେପ୍ଟେମ୍ବର ମାସରେ ଜଣେ ବିମା ଏଜେଣ୍ଟଙ୍କୁ ନିଜ କ୍ଲିନିକ୍ ଭିତରେ ନିଶା ଇଞ୍ଜେକସନ ଦେଇ ବେହୋସ୍ କରିବା ପରେ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିଥିଲେ ।