ଟାଙ୍ଗି / ରାକେଶ କୁମାର ଜଗଦେବ : ବିରଳ ପ୍ରଜାତିର କୁରୁବଳ ପକ୍ଷୀ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଞ୍ଚଳରେ ଏହି ପକ୍ଷୀ ଟଇକୁ ଉଦ୍ଧାର କରିଛନ୍ତି ସ୍ଥାନିୟ ଯୁବକ । ସୂଚନା ଅନୁଯାୟୀ, ଆଜି ସକାଳେ ଗୋଟିଏ କୁରୁବଳ ପକ୍ଷୀ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ ବୁଲୁଥିବା ସ୍ଥାନୀୟ ଯୁବକ ମାନେ ଦେଖିବାକୁ ପାଇଥିଲେ । ପକ୍ଷୀ ଉପରେ ଆକ୍ରମଣ ଆଶଙ୍କା କରି ପକ୍ଷୀ ଶାବକ କୁ ଉଦ୍ଧାର କରି ଏକ ପଞ୍ଜୁରୀ ରେ ରଖିଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳ ର ସାମ୍ବାଦିକ ମାନେ ଜାଣିବା ପରେ ଟାଙ୍ଗୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ବନ ବିଭାଗର ଗୋଟିଏ ଟିମ ଘଟଣା ସ୍ଥଳରେ ପହଂଚି ପକ୍ଷୀ ଶାବକ କୁ ଉଦ୍ଧାର କରିଛନ୍ତି । ଏହି କୁରୁବଳ ପକ୍ଷୀ ଶାବକ ଏକ ବିଲୁପ୍ତ ପ୍ରଜାତିର ବୋଲି ଜଣା ପଡିଛି । ଓଡିଶା ରେ ମାତ୍ର ୪ ରୁ ୫ ଟି ସ୍ଥାନରେ ଏହି ପକ୍ଷୀ ବସା ଠାବ ହୋଇଥିବା ବନ ବିଭାଗ ସୂତ୍ର ରୁ ଜଣା ପଡିଛି । ଏହି କୁରୁବଳ ପକ୍ଷୀ ବା ଇଂରାଜୀ ନାମ white belid sea eagle ବୋଲି କୁହାଯାଏ । ଏମାନେ ଶିକାର କରିବାରେ ପୁରା ମାହିର ହୋଇଥିବା ବେଳେ ଵର୍ତମାନ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହି eagle ପକ୍ଷୀ ପୁରୀ ଜିଲ୍ଲାର ସାତପଡା, ଗଞ୍ଜାମ ଜିଲ୍ଲାର ରମ୍ଭା, ଖୋର୍ଦ୍ଧା ବାଲୁଗାଁ ର ଶୋଲେରୀ ଓ ଖୋର୍ଦ୍ଧା ଟାଙ୍ଗୀ ର କାଳୁପଡା ଘାଟରେ ଗୋଟିଏ ଲେଖାଏଁ ବସା ଥିବା ବନ ବିଭାଗ ସୂତ୍ର ରୁ ଜଣା ପଡିଛି । ତେଣୁ ଏହିଁ ପକ୍ଷୀର ରକ୍ଷାଣା ବେକ୍ଷଣ ନିହାତି ଜରୁରୀ ହୋଇ ପଡିଛି ।