ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି ୨୦ ମ୍ୟାଚ

0

ଆଜି ଭାରତ – ଆଫଗାନିସ୍ତାନ ଶେଷ ଟି ୨୦ । କ୍ଲିନ ସ୍ୱିପ ଲକ୍ଷରେ ପଡିଆକୁ ଓହ୍ଲାଇଛି ଭରତ । ଟି୨- ବିଶ୍ୱକପ ପୂର୍ବରୁ ବେଙ୍ଗାଲୁରେ ଶେଷ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଆଫଗାନିସ୍ତାନ ବିପକ୍ଷରେ ପୂର୍ବ ୨ଟି ମ୍ୟାଚ ଜିତି ଭାରତ ଆଗୁଆ ସିରିଜ କବଜା କରିଛି । ଆଜିର ମ୍ୟାଚରେ ଏକାଧିକ ପରୀକ୍ଷାନିରୀକ୍ଷା ଆଶା ରହିଛି । ତେବେ ଭାରତ ପକ୍ଷରୁ ଗତ ମ୍ୟାଚରେ ୨୦୦ ୨୦-୨୦ ୱିକେଟ ନେଇଥିବା ଅକ୍ଷର ପଟେଲ ଏହି ମ୍ୟାଚରେ ପୂର୍ବ ପ୍ରଦର୍ଶନ ଜାରି ରଖିବେ ବୋଲି ଆଶା କରାଯାଇଛି । ସେହିପରି ଆଜିର ମ୍ୟାଚରେ ରବି ବିଷ୍ଣୋଇ କିମ୍ବା ୱାସିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇ କୁଳଦୀପ ଯାଦବଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ମୁକେଶ କୁମାରଙ୍କ ସ୍ଥାନରେ ଆୱେସ ଖାନଙ୍କୁ ମୁଯୋଗ ମିଳିପାରେ ବୋଲି କୁହାଯାଉଛି । ସେହିପରି ୱିକେଟ କିପର ଭାବେ ସଞ୍ଜୁ ସାମସନ ଖେଳି ପାରିନ୍ତି । ଏ ସବୁ ପରେ ଭାରତର ବ୍ୟାଟିଙ୍ଗ ପ୍ରଦର୍ଶନ ବହୁତ ଭଲ ଥିଲେ ମଧ୍ୟ ଅଧିନାୟକ ଗତ ୨ଟି ମ୍ୟାଚରେ ଖାତା ଖୋଲି ନପାରିବା ପ୍ରଶଂସକଙ୍କୁ ନିରାଶ କରିଛି ।