ଜଗତସିଂହପୁର: କାର ଧକ୍କାରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବାଲିଆଷ୍ଟୋର ନିକଟରେ । ଏକ ୱାଗନର କାର ଧକ୍କାରେ ଜାଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନ ଅନୁଯାୟୀ, ୨ ଜଣ ବ୍ୟକ୍ତି ରାସ୍ତା ପାଶ୍ୱରେ ଯାଉଥିବା ବେଳେ ଏକ ମାରୁତି ୱାଗାନର କାର ସେମାନଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଆଉଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜଗତସିଂହପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଛି । ମୃତ୍ୟୁ ବ୍ୟକ୍ତିର ଶବ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ରହିଛି । ମୃତବ୍ୟକ୍ତି ଓ ଆହତ ବ୍ୟକ୍ତିର କିଛି ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ପରେ ଉକ୍ତ ୱାଗନର ଗାଡି ଓ ଡ୍ରାଇଭରକୁ ସ୍ଥାନୀୟ ଲୋକମାନେ ଅଟକ ରଖିଛନ୍ତି ।