ଗୋପ /ଜୟନ୍ତ କୁମା ସେଠି : ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଜେନା କୁ ଗିରଫ କଲା ଡେଲାଙ୍ଗ ପୋଲିସ । ସୁନୀଲ ଠାରୁ ଅଫୁଟା ବୋମା ସହ ବନ୍ଧୁକ ଗୁଳି ଜବତ କରିଛି। ୧୬ ତାରିଖରେ ଡେଲାଙ୍ଗ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କୁଆପଦା ସନ୍ନିକଟ କୁମୁକା ଜଙ୍ଗଲ ନିକଟ ରାସ୍ତାରେ ୩ଜଣ ବ୍ୟକ୍ତି ଲୋକ ମାନଙ୍କୁ ଓଗାଳି ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ବିଭିନ୍ନ ଜିନିଷ ଛଡାଛଡି (ରାହାଜାନୀ) ନେଇଥିବା ନେଇ ଡେଲାଙ୍ଗ ପୁଲିସ ଖବର ପାଇଥିଲା । ଖବର ପାଇ ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଂଚିବା ଦେଖି ଅଭିଯୁକ୍ତ ମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧି ସୁନୀଲ ପୋଲିସ ହାତରେ ଧରା ପଡିଥିବା ବେଳେ ଆଉ ଦୁଇ ଜଣ ଫେରାର ହୋଇ ଯାଇ ଥିଲେ। ଅଭିଯୁକ୍ତ ସୁନୀଲ ଜେନା କୁଆପଦା ଗ୍ରାମର ବୋଲି ଜଣାପଡିଚି । ତେବେ ତା ନିକଟରୁ ଏକଟି ଅଫୁଟା ବୋମା, ଗୁଳି ଓ ବନ୍ଧୁକ ପୋଲିସ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।