ବ୍ଲକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଢେମସା ନାଚରେ ଦୁଲୁକିଲା ମଞ୍ଚ

0

ବୋରିଗୁମା/ସୁଦର୍ଶନ  ପ୍ରଧାନ  : ବ୍ଲକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଜନଜାତି ସାଂସ୍କୃତିକ ଦଳ ମାନଙ୍କୁ ନୃତ୍ୟ ଆଭୂଷଣ ଓ ବାଦ୍ୟଯନ୍ତ୍ର ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମ ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ,ଏସ ଡି ସି ଚେୟାର ମେନ ଚନ୍ଦ୍ରଶେଖର ମାଝୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମରେ ମଧ୍ୟ ବୋରିଗୁମ୍ମା ଏବଂ କୋଟପାଡ଼ ବ୍ଲକର ଅନେକ କଳାକାର ଯୋଗ ଦେଇଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସହ କୋଟପାଡ଼ ବିଧାୟିକା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଈଶ୍ୱର ପାଣିଗ୍ରାହୀ ଏସ ଡି ସି ଚେୟାର ମେନ ଚନ୍ଦ୍ରଶେଖର ମାଝୀ ସମେତ ସମସ୍ତେ ଗୋଟିଏ ମଞ୍ଚରେ କୋରାପୁଟିଆ ଢେମସା ନାଚର ତାଳେ ତାଳେ ନାଚି ମଞ୍ଚ କୁ ଦୁଲୁକେଇ ଥିଲେ।