କୋଚିଂ ସେଣ୍ଟର ଲାଗି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ସେଣ୍ଟର ଲାଗି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ଗାଇଡ୍ଲାଇନ୍ ଅନୁଯାୟୀ, କୋଚିଂ ସେଣ୍ଟରଗୁଡ଼ିକ ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ ନାହିଁ। ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ସେହିପରି ସ୍ନାତକରୁ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି କୋଚିଂ ସେଣ୍ଟରରେ ଶିକ୍ଷକତା କରିପାରିବେ ନାହିଁ। ଭଲ ରାଙ୍କ୍ କିମ୍ବା ମାର୍କ ନେଇ କୋଚିଂ ସେଣ୍ଟରମାନେ ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାର ସର୍ବନିମ୍ନ ମାନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି।
ନିର୍ଦେଶାବଳୀ ଅନୁଯାୟୀ, କୌଣସି ଅନୈତିକ ଏବଂ ଅପରାଧ ସହିତ ଜଡିତ ଥିବା ଶିକ୍ଷକ ପଠାଇପାରିବେ ନାହିଁ । କୋଚିଂ ସେଣ୍ଟରରେ ଥିବା ଶିକ୍ଷକଙ୍କ ଯୋଗ୍ୟତା , ପାଠ୍ୟକ୍ରମ, ଛାତ୍ରାବାସ ସୁବିଧା ଏବଂ ଫିସ ବାବଦରେ ଅପଡେଟ ବିବରିଣୀ ୱେବସାଇଟରେ ରହିବା ଜରୁରୀ । ସେହିପରି କୌଣସି ଛାତ୍ରଙ୍କୁ ଶିକ୍ଷାକୁ ନେଇ ଚାପ ପକାଇପାରିବ ନାହିଁ । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ପାଇଁ ଚାପ ମଧ୍ୟ ପକାଯାଇପାରିବ ନାହିଁ । ବିଭିନ୍ନ ପାଠ୍ୟକ୍ରମ ଏବଂ ଏଥି ପାଇଁ ନିଆଯାଉଥିବା ଫିସର ରସିଦ ଦେବା ବାଧ୍ୟତା ମୂଳକ କରାଯାଇଛି ।