ରାଇରଙ୍ଗପୁର ଠାରେ ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ

0

ରାଇରଙ୍ଗପୁର:ତା. ୧୯-୦୧-୨୦୨୪ ( ସତ୍ୟନାରାୟଣ ପଲ୍)ଆଗାମୀ ସାଧାରଣ ନିର୍ବାଚନ -୨୦୨୪ ରେ ଭୋଟର ମାନେ କିପରି ନିର୍ଭୁଲ ଭାବେ ସେମାନଙ୍କ ମତଦାନ କରିପାରିବେ ତଥା ତା’ଙ୍କର ମତଦାନ ସଠିକତା ସମ୍ପର୍କରେ ନିଶ୍ଚିତ ହୋଇପାରିବେ ସେ ସମ୍ଭନ୍ଧ ରେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନ କେନ୍ଦ୍ର(Demonstration Centre) କୁ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଓ. ପ୍ର. ସେ. (ଏସ) ଉଦଘାଟନ କରିଛନ୍ତି.ଉକ୍ତ କେନ୍ଦ୍ରରେ ଇଭିଏମ ଏବଂ ଭିଭିପ୍ୟାଟ ର କାର୍ଯ୍ୟ ପ୍ରକ୍ରିୟା ସହ ପୋଲିଙ୍ଗ ବୁଥ ରେ ମତଦାନ ର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ଭନ୍ଧ ରେ ମକ ପୋଲିଙ୍ଗ ଜରିଆରେ ଅବଗତ ତଥା ସଚେତନ କରାଯିବ ଯଦ୍ୱାରା ଆଗାମୀ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ମତଦାତା ନିର୍ଭୁଲ ଭାବେ ତା’ଙ୍କର ମତଦାନ କରିବା ସହ ସେ ଦେଇଥିବା ଭୋଟଟି ତା’ଙ୍କର ମନୋନୀତ ସଠିକ ପ୍ରାର୍ଥୀ ଙ୍କ ସପକ୍ଷରେ ଯାଇଛି କି ନାହିଁ ସେ ସମ୍ଭନ୍ଧ ରେ ନିଶ୍ଚିତ ହୋଇପାରିବେ.ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ  ଇଭିଏମ ଏବଂ ଭିଭିପ୍ୟାଟ ସଂଯୁକ୍ତ ୮ଟି ଭ୍ରାମ୍ୟମାଣ (Mobile) ଭ୍ୟାନ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ. ଉକ୍ତ ମୋବାଇଲ ଭ୍ୟାନ ଗୁଡିକ ବାମନଘାଟି ଉପଖଣ୍ଡ ର ସମସ୍ତ ବ୍ଲକ ଏବଂ ରାଇରଙ୍ଗପୁର ପୌରାଞ୍ଚଳର ପ୍ରତ୍ୟେକ ପୋଲିଙ୍ଗ ବୁଥ ଏବଂ ଗ୍ରାମ କୁ ପହଂଚି ଭୋଟର ତଥା ଜନସାଧାରଣ ଙ୍କୁ ମତଦାନ ସମ୍ପର୍କ ରେ ମକ ପୋଲିଙ୍ଗ ଜରିଆରେ ସଚେତନ କରିବ.ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସହକାରୀ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତ, ସହକାରୀ ଜିଲ୍ଲାପାଳ ଶ୍ରୀ ରଂଜିତ କୁମାର ମହାନ୍ତ, ବାମନଘାଟି ଉପଖଣ୍ଡ ର ବିଭିନ୍ନ ବିଭାଗୀୟ ପଦାଧିକାରୀ, ନିର୍ବାଚନ କାର୍ଯ୍ୟରେ ସଂଶ୍ଲିଷ୍ଟ ପୌର କର୍ମଚାରୀ, ବୁଥ ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ବୋଲି ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ଠାରୁ ପ୍ରକାଶ.।