ସାଲେପୁର/ଜ୍ୟୋସ୍ନା ରାଣୀ: ନିଜ ଗାଡି ଚକା ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସାଲେପୁର ବ୍ଲକ ତଥା କିଶନନଗର ଥାନା ଅନ୍ତର୍ଗତ ହରିଚନ୍ଦନପୁର ବ୍ରିଜ ଉପରେ ଘଟିଛି ଏହି ଘଟଣା । ସୂଚନା ନୁସାରେ ତିଗିରିଆ ଅଞ୍ଚଳର ସୁଧିର ପରିଡା ନିଜେ ଚଲାଉଥିବା ଟ୍ରକର ବାମ ପାର୍ଶ୍ୱ ପଛଚକା ତଳେ ଚାପିହୋଇ ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ସୁଧିର ନିଜେ ଟ୍ରକ ଚଳାଉଥିବା ବେଳେ କିଭଳି ଟ୍ରକର ବାମ ପାର୍ଶ୍ୱର ପଛ ଚକାରେ ତାଙ୍କ ମୁଣ୍ଡ ଉପରେ ଟ୍ରକ ଚଢିଲା ତାହା ସନ୍ଦେହ ସୁଷ୍ଟିକରିଛି । କେହି ସୁଧିରଙ୍କୁ ଟ୍ରକରୁ ଯୋରଜବରଦସ୍ତ ବାହାରକୁ ବାହାର କରି ଉକ୍ତ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢାଇ ତାକୁ ହତ୍ୟାକରି ଦୁର୍ଘଟଣାର ରୂପଦେବାକୁ ଉଦ୍ୟମ କରାଯାଉଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଘଟଣା ସ୍ଥଳରେ କିଶନନଗର ପୁଲିସ ଓ ସାଲେପୁର ପୋଲିସ ପହଞ୍ଚି ଶବ ଓ ଟ୍ରକ ଜବତ କରି ଘଟଣାର ତଦନ୍ତ ଚାଲୁରଖିଛି। ତଦନ୍ତ ପରେ ସତ ସାମନାକୁ ଆସିବ ବୋଲି କହିଛି ପୁଲିସ ।