ରାମଲଲ୍ଲାଙ୍କୁ ଦର୍ଶନ କରିବା ପାଇଁ ପାଇଁ ପାଦରେ ନୁହେ ହାତରେ ଚାଲିଚାଲି ଅଯୋଧ୍ୟା ଯାତ୍ରାରେ ଭକ୍ତ

0

ନୂଆଦିଲ୍ଲୀ: ସମ୍ପର୍ଣ୍ଣ ହୋଇଛି ପ୍ରଭୁ ରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା | ନିଜ ନଗରୀ ଅଯୋଧ୍ୟାକୁ ଫେରିଛନ୍ତି ରାମଲାଲା | ପ୍ରାଣ ପ୍ରତିଷ୍ଠା ଚକ୍ଷୁଦାନ ପରେ ବିଗ୍ରହ ପାଲଟିଛି ପ୍ରତ୍ୟକ୍ଷ ଦେବତା | ଫୁଲ ଓ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ ରାମ | ଏହି ପରିପ୍ରେକ୍ଷୀରେ ଅଯୋଧ୍ୟା ସହ ପୁରା ଦେଶରେ ରାମନାମ ଶୁଭୁଛି | ପୁରା ଦେଶ ପାଲଟିଛି ଭକ୍ତିମୟ | ଜାନୁଆରି ୨୩ ତାରିଖରୁ ‌ଶ୍ରୀରାମମନ୍ଦିରରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ।

ଦେଶର କୋଣଅନୁକୋଣରୁ ଲୋକେ ଆସି ଅଯୋଧ୍ୟାରେ ପହଞ୍ଚିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ପ୍ରତି ରାମଭକ୍ତଙ୍କ ଥିବା ଭକ୍ତିଭାବର ଅନେକ ଭିଡିଓ ବି ସାମ୍ନାକୁ ଆସିଛି। ଏହି କ୍ରମରେ ଏମିତି ଜଣେ ରାମଭକ୍ତ ଅଛନ୍ତି ଯାହାଙ୍କ ଭକ୍ତିକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି। ରାମଭକ୍ତ ଜଣକ ଗୋଡକୁ ବାନ୍ଧି ଦେଇ ହାତରେ ଚାଲିଚାଲି ଅଯୋଧ୍ୟା ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଉକ୍ତ ଭକ୍ତଙ୍କୁ ତାଙ୍କ ଯାତ୍ରା ବିଷୟରେ ପଚରା ଯିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ତାଙ୍କ ସାଥୀରେ ଥିବା ଜଣେ ଭକ୍ତ କହିଥିଲେ,‘ସେ ରାମଲଲ୍ଲାଙ୍କ ଦର୍ଶନ ପରେ ଯାଇ ଯାହା କହିବା କଥା କହିବେ। ଏବେ ତାଙ୍କର ଗୋ‌ଟିଏ ଲକ୍ଷ୍ୟ କେମିତି ରାମଲଲ୍ଲାଙ୍କ ଦର୍ଶନ କରିବେ।’