କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼

0

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ । ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ନୂଆ ଧାରା ଦେଖିବାକୁ ମିଳିଥିଲା । ପ୍ରଥମେ ମାର୍ଚ୍ଚ ନୁହେଁ ବରଂ ଶଂଖନାଦ ଓ ଭେରୀତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା ଅବାହନ । ଏହାର ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ରାଜପଥକୁ ଓହ୍ଲାଇଥିଲେ ଫ୍ରାନ୍ସର ଆର୍ମି ମ୍ୟୁଜିକ୍ ବ୍ୟାଣ୍ଡ । ପରେ ପରେ ନିଜର ଦର୍ପ ଦେଖାଇଥିଲେ ଋଷ ଟି୯୦ ଟ୍ୟାଙ୍କର । ଆକାଶମାର୍ଗରେ ଗର୍ଜିଉଠିଥିଲା ରାଫେଲ ଯୁଦ୍ଧ ବିମାନ ।  ସେହିପରି  କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି। ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ସ୍ଥାନ ପାଇଥିଲା । ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି। ଏହାସହ ସମ୍ବଲପୁରୀ ଗୀତ ଓ ନାଚ ମଧ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା।