ସାଲେପୁର/ ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁର କେଶବ ମଣ୍ଡପ ରେ ଟାଙ୍ଗୀ- ସାଲେପୁର ବିକାଶ ମଞ୍ଚ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଏବଂ ସାଲେପୁର ଅଂଚଳ ର ବହୁ ବରିଷ୍ଠ ବ୍ୟକ୍ତି, ସମାଜସେବୀ, ଲୋକ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ହେବ ସାଲେପୁର କୁ( NAC)ମାନ୍ୟତା ପାଇଁ ଦାବି କରାଯାଉଥିଲା। ଶେଷରେ ସରକାର ଙ୍କ ପକ୍ଷରୁ ୩୪ଟି ଅଞ୍ଚଳ ସହିତ ସାଲେପୁର କୁ ଘୋଷଣା କରାଗଲା । ଯେଉଁ ମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ସେମାନଙ୍କୁ ଟାଙ୍ଗୀ -ସାଲେପୁର ବିକାଶ ମଞ୍ଚ ଅଧକ୍ଷ ବିଶେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ। ନାରାୟଣ ଦଳେଇ ଙ୍କ ସଭାପତିତ୍ବ ରେ ସାରସ୍ୱତ ସମାରୋହ ସମିତି ସଭାପତି ଅକ୍ଷୟ କୁମାର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ମହିଳା ନେତ୍ରୀ ବାସନ୍ତୀ ବାରିକ, ଗୀତାଞ୍ଜଳି ସ୍ୱାଇଁ, ମାନସୀ ବାରିକ, ନିରଞ୍ଜନ ସ୍ୱାଇଁ, ଶୁକଦେବ ବାରିକ, ଗଣେଶ୍ୱର ସ୍ୱାଇଁ, ଅଶୋକ ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।