ଭୁବନେଶ୍ୱର; ବିଜେପି ପରେ ବିଜେଡି ଆରମ୍ଭ କରିବ ପ୍ରଶିକ୍ଷଣ ଶିବିର । ଏନେଇ ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ । ୨୫ ତାରିଖରେ ଶଙ୍ଖ ଭବନରେ ଆୟୋଜନ ହେବାକୁ ଯାଉଛି ବିଜେଡିର ପ୍ରଶିକ୍ଷଣ ଶିବିର । ତେବେ ନୂଆ ବିଧାୟକ ମାନଙ୍କୁ ବିଧାନସଭାର ନୀତି ନିୟମ ବିଷୟରେ ଅବଗତ କରାଇବା ପାଇଁ ବିଜେପି ଆରମ୍ଭ କରିଛି ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ । କିନ୍ତୁ ବିଜେଡି ଏବଂ କଂଗ୍ରେସ ଏହାକୁ ପ୍ରତ୍ୟାଖାନ କରିଛି । ବିଜେଡ ଓ କଂଗ୍ରେସ କହିଛି ଏହା ଦଳୀୟ କାର୍ଯ୍ୟକ୍ରମ ଏଥିରେ ଯୋଗ ଦେବୁନାହିଁ । ତେବେ ବିଜେଡିର ପ୍ରଶିକ୍ଷଣ ଶିବିରରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ପ୍ରଶିକ୍ଷଣ ଦେବେ । ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ।ତେଣୁ ନିଜର ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଘୋଷଣା କରିଛି ବିଜେଡି ।