ଯୋଡ଼ା/ରମେଶ ଚନ୍ଦ୍ର ମହାପାତ୍ର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ବିଲ ତହସିଲ ଅନ୍ତର୍ଗତ ବେଲକୁଣ୍ଡି ଲୌହ ଓ ମାଙ୍ଗାନିଜ ଖଣିରୁ ଖଣିଜ ଉତ୍ପାଦନ ନିମନ୍ତେ ଓଡିଶା ମାଇନିଂ ଡେଭଲପମେଣ୍ଟ କମ୍ପାନୀ ପକ୍ଷରୁ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ଖଣିରୁ ବାର୍ଷିକ ୧୮ ଲକ୍ଷ ଟନ ଲୌହ ପଥର ଓ ୩ ଲକ୍ଷ ଟନ ମାଙ୍ଗାନିଜ ଉତ୍ପାଦନ ନିମନ୍ତେ ଏକ ପରିବେସିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।
ଏହି ଜନଶୁଣାଣୀ ରେ ଆଖପାଖ ଅଂଚଳ ତଥା ବେଲକୁଣ୍ଡି, କାରାଖେନ୍ଦରା,କାରାକୋଲା, ବଡ଼ବିଲ ଓ ନାଲଦା ଅଂଚଳର ଜନସାଧାରଣ ଉପସ୍ଥିତ ରହି ନିଜନିଜର କମ୍ପାନୀ ସପକ୍ଷରେ ମତ ରଖିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ୦୯/୧୨/୨୦୦୯ ଠାରୁ ଉକ୍ତ ଖଣିଟିର ପରିବେସିୟ ମଞ୍ଜୁରୀ ନଥିବାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା । ଯାହା ଫଳରେ ଲୋକେ କାମଧନ୍ଦା ହରାଇବା ସହିତ ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲେ । ସରକାରଙ୍କ ପକ୍ଷରୁ ଉକ୍ତ ଖଣିର ଜନଶୁଣାଣୀ କରାଯାଇଥିବାରୁ ଲୋକଙ୍କ ମନରେ ନୂଆ ରୋଜଗାର ପାଇବାର ଆଶା ସଂଚାରିତ ହୋଇଛି । ଏଥିସହିତ ଖଣି କାର୍ଯ୍ୟକ୍ଷ୍ୟମ ହେଲେ ବଡ଼ବିଲ ପୋୖରାଞ୍ଚଳର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବା ସହିତ ପାରିପାର୍ଶ୍ବିକ ଉନ୍ନତି ହେବାର ଆଶା ରଖି ଲୋକେ ଆକୁଣ୍ଠ ସମର୍ଥନ ଦେଇଥିବା ସୁଚନା ମିଳିଛି ।