ଦରବୃଦ୍ଧି ବିରୋଧରେ ଭୁବନେଶ୍ୱର ରେ ବିଜେଡି ର ବିଶାଳ ବିକ୍ଷୋଭ

0

ଭୁବନେଶ୍ୱର : ଜୟ ଜଗନ୍ନାଥ ,

ସମସ୍ତଙ୍କୁ ନମସ୍କାର ଓ ଜୁହାର ବନ୍ଧୁ ଗଣ , ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରା ରେ  ଆପଣ ମାନେ ସାରା ଓଡିଶା ରୁ  ଏତେ ଶୀତ ରେ ଭୁବନେଶ୍ୱର ଆସିଛନ୍ତି ।  ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଜୁନ ମାସ ରେ ବିଜେପି ସରକାର ଗଠନ ହେଲା ।  ସାତ ମାସ ହୋଇଗଲା । ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ । କିନ୍ତୁ କାମ ଘର ଶୂନ, ଦରଦାମ   ବଢ଼ି ବଢ଼ି ଚାଲିଛି  କିନ୍ତୁ action  କିଛି ନାହିଁ  । ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ ।

ଡାଲି କୁହନ୍ତୁ,  ତେଲ କୁହନ୍ତୁ,  ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି medicine ପର୍ଯ୍ୟନ୍ତ ସବୁ essential commodity ର ଦର ଏବେ ଆକାଶ ଛୁଆଁ ।   ମାର୍କେଟ ଉପରେ ସରକାରଙ୍କ control ନାହିଁ । ଆଇ ମା କାହାଣୀ କହି ସରକାର  ଖୁସି ।  ସାଧାରଣ ଲୋକଙ୍କ  ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି ।  ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ suicide କରୁଛି । ବୋଝ ଉପରେ ଏହା ନଳିତା ବିଡା ପରି ହୋଇଛି । କିନ୍ତୁ ନେତା ଙ୍କ ସମୟ ନିଜ promotion ରେ ବିତୁଛି ।  ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି । ମା ମାନେ  କାନ୍ଦୁଛନ୍ତି , ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର  କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।

ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଚ୍ଛି । ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତା କୁ ଆସିଛି । double engine double ମାଡ ।  ଏପଟେ ଦରବୃଦ୍ଧି ମାଡ, ସେପଟେ GST ମାଡ଼, ସବୁ ଜିନିଷ ରେ GST ଗରିବ ଲୋକ ବେଶୀ GST ଦେଉଛନ୍ତି ।

ବିଜେପି ସରକାର trailer ରେ ଗୋଲାପୀ ଚିତ୍ର ଦେଖାଇଲେ  କିନ୍ତୁ  film release ହେଲା  MM ସରକାର  । ମହଙ୍ଗା ମାଡ ସରକାର,  ମାହାଙ୍ଗା ମାଡ଼ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ  ସରକାର  ଙ୍କ ଅସଲ ଚେହେରା ଖୋଲିଦେବ ।