ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଦେଖିବାକୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ । ଯେଉଁଠି ଯୁବକମାନେ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା । ଜଣେ କି ଦୁଇ ଜଣ ନୁହେଁ, ମୋଟ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ସୂଚନା ମିଳିଛି ।
ଏହା ଜଣାପଡିବା ପରେ ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ବିଂଝାରପୁର ବିଡିଓ ନୋଟିସ ପଠାଇଛନ୍ତି । ଭତ୍ତା ଟଙ୍କା ନ ଫେରାଇଲେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବିଡିଓ ଚେତାବନୀ ଦେଇଛନ୍ତି । ବିଞ୍ଝାରପୁର ବ୍ଲକର ୨୯ଟି ପଂଚାୟତର ମୋଟ ୮୯୪ ଜଣ ବାର୍ଦ୍ଧକ୍ୟ ଭତ୍ତା ନେଇଥିବା ଜଣାପଡିଛି ।