ରାଇଘରରେ ସୁନା ବ୍ୟବସାୟୀଙ୍କ ଘରେ ପଶି ଲୁଟି ନେଲେ ସୁନା ରୂପା

0

ନବରଙ୍ଗପୁର-: ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା କଦଭାଟାର ଅଳଙ୍କାର ବ୍ୟବସାୟୀ ରାମ ଡାକୁଆଙ୍କ ଘରେ ୭ ଜଣ ମୁଖା ପିନ୍ଧା ଡକାୟତ ଘରେ ପଶି ଗୁଳି କରି ସୁନା ରୂପା ଅଳଙ୍କାର ଲୁଟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଗୁଳିକାଣ୍ଡରେ ଗୁରୁତର ରାମ ଡାକୁଆ ତାଙ୍କ ସ୍ତ୍ରୀ ରାଇଘର ମେଡିକାଲରେ ଚିକତ୍ସାଧୀନ ରହିଛନ୍ତି ।

ସୂଚନା ମୁତାବକ, ରାଇଘର ମେଡିକାଲ ଛକରେ ଅଳଙ୍କାର ବେପାରୀ ରାମ ଡାକୁଆଙ୍କ ନିଜ ଦୋକାନ ରହିଛି । ଦୋକାନରେ କିଛି ଦିନ ପୁର୍ବରୁ ଚୋରି ହୋଇଥିବାରୁ ରାମ ଦୋକାନ ବନ୍ଦ କରି ସମସ୍ତ ଅଳଙ୍କାର ଘରକୁ ନେଇ ଯାଉଥିଲେ । ତେବେ ଗତକାଲି ରାତିରେ ମଧ୍ୟ ରାମ ଦୋକାନ ବନ୍ଦ କରି ସମସ୍ତ ଅଳଙ୍କାର ଘରକୁ ନେଇ ଯାଇଥିଲେ ଆଉ ସେହି ସମୟରେ ସାତଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କ ଘରଭିତରକୁ ଧସେଇପଶିବା ସହିତ ଘେରେଥିବା ରାମ ଓ ତାଙ୍କ ସ୍ତ୍ରୀ ଙ୍କ ଉପରକୁ ଗୁଳି ଚଳାଇ ସମସ୍ତ ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ । ତେବେ ଘଟଣା ସମ୍ପର୍କରେ ପୋଲିସ ଅବଗତ ହେବାପରେ ଘଟଣା ସ୍ଥଳରେ ପହଞ୍ଚି ଗୁଳି ଆଘାତରେ ଗୁରୁତର ଥିବା ରାମ ଓ ତାଙ୍କ ସହଧର୍ମିଣୀଙ୍କୁ ରାଇଘର ଡାକ୍ତରଖାନାକୁ ଚିକତ୍ସା ପାଇଁ ପଠାଇଥିଲା ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ସିଲ କରି ତନାଘନା କରୁଥିବା ଜଣାପଡିଛି ।