ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗୁଛି ସିତାରେ ଜମିନ୍ ପର୍, କଲାଣି ଏତିକି ଆୟ

0

ନୂଆଦିଲ୍ଲୀ: ଫିଲ୍ମ ଫ୍ରାଇଡେରେ ରିଲିଜ ହେ।ଇଛି ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର୍’ । ତେବେ ଫିଲ୍ମର ପ୍ରଥମ ଦିନର ଚଳଚ୍ଚିତ୍ରଟି ଭଲ କଲେକ୍ସନ କରିପାରିନଥିଲା  । ତଥାପି ଆଶା ହରାଇ ନଥିଲେ ଫିଲ୍ମ ନିର୍ମାତା  । ଆଉ ଏବେ ତାଙ୍କ ଆଶା ଫଳପ୍ରଦ ହୋଇଛି  । ଦ୍ୱିତୀୟ ଦିନଠୁ ଭଲ କଲେକ୍ସନ କରିବାରେ ଲାଗିଛି ଫିଲ୍ମ  । ଆଜି ତଥା ୩ ଦିନରେ ଫିଲ୍ମଟି ୫୦ କୋଟି ରୋଜଗାର କରିସାରିଲାଣି  ।

‘ସିତାରେ ଜମିନ ପର’ ପ୍ରଥମ ଦିନର ଆରମ୍ଭ ମନ୍ଥର ଥିଲା। ହେଲେ ଦ୍ଵିତୀୟ ଦିନର ବ୍ୟବସାୟ ବୃଦ୍ଧି ଘଟିଛି। ‘ସିତାରେ ଜମିନ ପର୍’ ପ୍ରଥମ ଦିନରେ ୧୧.୭ କେ।ଟି ଟଙ୍କା ଆୟ କରିଛି । ସେହିପରି ଦ୍ୱିତୀୟ ଦିନରେ ଫିଲ୍ମଟି ୧୦୨ ପ୍ରତିଶତ ଅଧିକ ରୋଜଗାର କରିଥିଲା  । ମୋଟାମୋଟି ଭାବରେ ଦ୍ୱିତୀୟ ଦିନର ରୋଜଗାରକୁ ମିଶାଇ ଫିଲ୍ମଟି ମୋଟ ୨୧.୭ କୋଟି ରୋଜଗାର କରିସାରିଥିଲା  । ଅନ୍ୟପଟେ ଏହାରି ଭିତରେ ତୃତୀୟ ଦିନର ରୋଜଗାର ରିପୋର୍ଟ ମଧ୍ୟ ଆସିସାରିଛି  । ରିପୋର୍ଟ ଅନୁସାରେ ତୃତୀୟ ଦିନର ୩.୧୦ ସୁଦ୍ଧା ୧୦.୪୪ କୋଟି ରୋଜଗାର କରିସାରିଛି ଫିଲ୍ମଟି  । ସବୁକୁ ମିଶାଇ ଫିଲ୍ମଟି ମୋଟ ୪୧.୩୪ କୋଟି ରୋଜଗାର କରିସାରିଛି  । ତେବେ ଆଜି ରବିବାର ହେତୁ ଫିଲ୍ମଟି ରାତି ୧୦ ସୁଦ୍ଧା ୫୦ କୋଟି ଅତିକ୍ରମ କରିପାରେ ବୋଲି ଆଶା ରଖାଯାଇଛି  ।

ତେବେ କହିରଖୁଛୁ ଯେ ଆମିର ଖାନଙ୍କ ଫିଲ୍ମ ସିତାରେ ଜମିନ୍ ପର୍ ୨୦୨୫ରେ ରିଲିଜ ହୋଇଥିବା ୧୭ର ଓପନିଙ୍ଗ କଲେକ୍ସନ ପାର୍ କରିସାରିଛି  । ସେହିପରି ତୃତୀୟ ଦିନରେ ଫିଲ୍ମଟି ୧୪ଟି ଚଳଚ୍ଚିତ୍ରର କଲେକ୍ସନଠୁ ଟପିଛି  । ‘ସିତାରେ ଜମିନ ପର’ ଜରିଆରେ ଆମିର ଖାନ ତିନି ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି। ଶେଷ ଥର ଆମିର ୨୦୨୨ରେ ରିଲିଜ୍ ଲାଲ ସିଂହ ଚଡ୍ଡା ଫିଲ୍ମରେ ନଜର ଆସିଥିଲେ। ହେଲେ ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଥିଲା। ଏହା ପୂର୍ବରୁ ରିଲିଜ୍ ଆମିରଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନ ମଧ୍ୟ କିଛି ଖାସ୍ କରି ପାରି ନ ଥିଲା। ତେଣୁ ପଛକୁ ପଛକୁ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଆମିରଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରୁ ବହୁତ ଆଶା ରହିଛି। ଫିଲ୍ମରେ ନୂତନ ଅଭିନେତା ଆରୁଷ ଦତ୍ତା, ଗୋପୀ କୃଷ୍ଣନ୍ ବର୍ମା, ବେଦାନ୍ତ ଶର୍ମା, ନମନ ମିଶ୍ର, ରିଷି ଶାହାଣୀ ଏବଂ ରିଷଭ ଜୈନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ‘ସୀତାରେ ଜମିନ୍ ପର’ ଆମିର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ । ଯେଉଁଥିରେ ଆମୀର ଖାନ୍ ଏବଂ ଜେନେଲିଆ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।