ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ

0

ଯାଜପୁର-: ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ ।  ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ଅସାମାଜିକ ଯୁବକ ମାନଙ୍କୁ ଦଶରଥପୁର ପୋଲିସ ଧରିବାରେ ବିଫଳ ହୋଇଛି ।

ଅଭିଯୋଗ ମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ ସାଗରପୁର ଗ୍ରାମର ଯୁବତୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ସହ ଆସିଥିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେଯୁବତୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ । ଗତ କାଲି ସନ୍ଧ୍ୟା ସମୟରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ବସ ଯୋଗେ ଘରକୁ ଫେଉଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଡାଉନ ପାଖରେ ଦୁଇ ଯୁବତୀଙ୍କୁ ଅନିଲ ଜେନା ଏବଂ ନୀତେଶ ଜେନା ନାମକ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଦୁଇ ଯୁବକ ଯୁବତୀଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ରକୁ ଟଣା ଓଟରା କରଥିବା ଅଭିଯୋଗ ହେଇଛି । ଅଭିଯୋଗ ପରେ ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।