ଗୋ-ଚାଲାଣ ଅଭିଯୋଗ ମାମଲାରେ ଭାଇ ଭଉଣୀଙ୍କ ନିନ୍ଦା

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଗୋ-ଚାଲାଣ ଅଭିଯୋଗ ମାମଲାରେ ରାହୁଲଙ୍କ ଦୃଢ ନିନ୍ଦା । ଅଭିଯୁକ୍ତଙ୍କୁ ମାଡ ମାରିବା ସହ ପାଟିରେ ଘାସ ଧରାଇ ବୁଲାଇବା ଘଟଣାକୁ ନେଇ ଲୋକସେବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲେ ମିଡିଆରେ ନିନ୍ଦା କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ସିଙ୍ଗିପୁର ଜନୈକ ଦଳିତ ବ୍ୟକ୍ତି ଜଣେ ଚାଷୀଙ୍କ ଠାରୁ ଗୋଟିଏ ଗାଇ ଓ ଦୁଇଟି ବାଛୁରୀ କ୍ରୟ କରି ଘରକୁ ଆଣୁଥିବା ବେଳେ ତଥାକଥିତ ଗୋ ରକ୍ଷକ ନାଁର କିଛି ବଜରଙ୍ଗ ଦଳର କର୍ମୀ ରାସ୍ତାରେ ଅଟକାଇ ୩୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । କିନ୍ତୁ ଏତେ ଟଙ୍କା ଦେବାକୁ ସେ ନିଜର ଅସମର୍ଥତା ପ୍ରକାଶ କରିବାରୁ  ସେମାନେ ସଂଘବଦ୍ଧ ହୋଇ ମାଡ ମାରିବା ସହ ତାଙ୍କ ମୁଣ୍ଡର ଗୋଟିଏ ପାର୍ଶ୍ୱକୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ । ତାଙ୍କ ପାଖରେ ଥିବା ସାତ ଶହ ଟଙ୍କାକୁ ଛଡେଇ ନେଇ ଥାନାରେ ଅଭିଯୋଗ କଲେ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ । ଯାହାକୁ ନେଇ ଦୃଢ ନିନ୍ଦା କରିଛନ୍ତି ରାହୁଲ ଗାନ୍ଧୀ ।

ଅନ୍ୟପଟେ ସାସଂଦ ସୋନିଆ ଗାନ୍ଧି ବି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏଭଳି ଅପରାଧକୁ ଦୃଢ ନିନ୍ଦା କରିଛନ୍ତି ।