BMC ଆଟାକ୍‌; ବିଜେପିରୁ ୫ ସସ୍‌ପେଣ୍ଡ

0

ଭୁବନେଶ୍ଵର: BMC ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା । ବିଜେପିରୁ ବିଦାହେଲେ ୫ ନେତା । କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କୁ ବିଜେପିରୁ ସସ୍‌ପେଣ୍ଡ୍‌ କରାଯାଇଛି । ସେହିପରି ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ସସ୍‌ପେଣ୍ଡ୍‌ କରିଛି ବିଜେପି । ପ୍ରାଥମିକ ସଦସ୍ୟ ପଦରୁ ସସ୍‌ପେଣ୍ଡ୍‌ ହୋଇଛନ୍ତି ଏହି ୫ ବିଜେପି କର୍ମୀ । ୫ ବିଜେପି କର୍ମୀଙ୍କୁ ବିଦା କରିଛନ୍ତି ରାଜ୍ୟ ସଭାପତି । BMC ହିଂସାକାଣ୍ଡ ସମ୍ପୃକ୍ତି ଅଭିଯୋଗରେ ସସ୍‌ପେଣ୍ଡ୍‌ ହୋଇଥିବା ନେଇ ସୂଚନା ମିଳିଛି ।

Image

ଅନ୍ୟପଟେ ଆଗକୁ ଯେମିତି ଏପରି ଘଟଣାର କୌଣସି ପୁନରାବୃତ୍ତି ନ ହୁଏ ସେଥିପାଇଁ ବିଏମସି କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଛି । ସେହିପରି ଅତିରିକ୍ତ କମିସନରଙ୍କୁ ମାଡ଼ ମରା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ।

ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରାଜ୍ୟ ସରକାର ନେଉଛନ୍ତି ବଡ ଆକ୍ସନ। ଗତକାଲି ଖାରବେଳନଗର ଥାନାରେ ଏଫଆଇଆର ରୁଜୁ ପରେ ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସହ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଫିସ୍ ରେ ପଶି ଆକ୍ରମଣ ଘଟଣାରେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ ଗିରଫ ହୋଇଥିଲେ ।