ବ୍ୟୁରୋ : ମଧ୍ୟପ୍ରଦେଶର ଓଁକାରେଶ୍ୱରରେ ଉନ୍ମୋଚିତ ହୋଇଛି ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ୧୦୮ ଫୁଟ । ଆଉ ଏହି ବିଶାଳ ପ୍ରତିମୂର୍ତ୍ତି ନର୍ମଦା ନଦୀ କୂଳରେ ମାନ୍ଧାତା ପାହାଡ ଉପରେ ରହିଛି । ଯାହା ୨ ହଜାର ୧୦୦ କୋଟି ଟଙ୍କା ବ୍ୟୟରେ ଅଷ୍ଟଧାତୁରେ ନିର୍ମାଣ ହୋଇଛି । ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନରେ ଏହାର ନିର୍ମାଣ ହୋଇଛି। ତେବେ ସନାତନ ଧର୍ମକୁ ପୁନଃସ୍ଥାପନା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ। ଏଠାରେ ଅଦଭେତ୍ୟ ଲୋକ ନାମରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ ହୋଇଛି । ଆଉ ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ। ଏଠାରେ ୩ ଡି ହୋଲଗ୍ରାମ ମଧ୍ୟ ଲଗାଯାଇଛି । ଯାହାଫଳରେ ଏଠାରେ ଲୋକମାନେ ଶଙ୍କରାଚାର୍ୟ୍ୟଙ୍କ ସିନ୍ଧାନ୍ତକୁ ବୁଝି ପାରିବେ ଏବଂ ତାହା ଉପରେ ଜ୍ଞାନ ମଧ୍ୟ ଲାଭ କରିପାରିବେ । ଏହାକୁ ସେପ୍ଟେମ୍ବର ୧୮ ତାରିଖରେ ଉନ୍ମୋଚନ କରିବାର ଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ମାନ୍ୟତା ରହିଛି କି, ଶଙ୍କରାଚାର୍ଯ୍ୟ ବାଲାବସ୍ଥାରେ ସନ୍ନ୍ୟାସ ନେବା ପରେ ଓଁକାରେଶ୍ୱରକୁ ଆସି ଏଠାରେ ୪ ବର୍ଷ ପାଇଁ ବିଦ୍ୟା ପ୍ରାପ୍ତ କରିଥିଲେ । ଧାର୍ମିକ ମାନ୍ୟତା ଅନୁସାରେ ଶଙ୍କରାଚାର୍ଯ୍ୟ ଅଦୈତ୍ୱ ବେଦାନ୍ତ ଦର୍ଶନ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଁକାରେଶ୍ୱରରୁ ୧୨ ବର୍ଷ ବୟସରେ ଅନ୍ୟ ସ୍ଥାନକୁ ଯାତ୍ରା କରିଥିଲେ ।