୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

0

ସୁବର୍ଣ୍ଣପୁର,: ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପି ଡି, ଡି ଆର ଡି ଏ ଶ୍ରୀ ଡୋଳାମଣି ପଟେଲ, ସମ୍ମାନିତ ଅତିଥି, ଶିଶୁ ମଙ୍ଗଳ କମିଟି ର ସଭାପତି ମଧୁସୂଦନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଡି ଏସ ଡବ୍ଲୁ ଓ ଗୌରମଣି ହାଁସଦା ,ଡାଇରେକ୍ଟର ଚାଇଲଡ ଲାଇନ, ଅନଙ୍ଗ ନେଗୀ, ଏଡି ଏମ ଓ ( ପି ଏଚ ) ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ସୋନପୁର ଶ୍ରମିକ ସଂଗଠନ ସମନ୍ୱୟ ସମିତି ର ସଭାପତି ଗୋବିନ୍ଦ ମହାରଣା, ଚେମର ଅଫ କମର୍ସ ସୋନପୁର ର ସଭାପତି, ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା, ଜନସାଧାରଣ, ଅଙ୍ଗନବାଡି କର୍ମୀ ଯୋଗଦାନ କରି ସଚେତନତା ସଭାରେ ଉପସ୍ଥିତ ଥିଲେ ।

ଉକ୍ତ ସଭାରେ ଶିଶୁ ଶ୍ରମିକ ସୁବର୍ଣ୍ଣପୁର ଜିଲ୍ଲା ର ଶିଶୁ ଶ୍ରମିକ ନିଯୁକ୍ତି କିପରି ଭାବରେ ସମ୍ପୂର୍ଣ୍ଣ ବିଲୋପ ହେବ ଏ ଦିଗରେ ଆଲୋକ ପାତ କରାଯାଇଥିଲା l ଶ୍ରମ ଅଧିକାରୀ ଶିଶୁ / କିଶୋର ଶ୍ରମିକ ଆଇନ ୧୯୮୬ ଅନ୍ତର୍ଗତ ବିଭିନ୍ନ ଧାରା ଉପରେ ଆଲୋକ ପାତ କରିବା ସଙ୍ଗେ ସଙ୍ଗେ ଶିଶୁ ଶ୍ରମିକ ନିଯୁକ୍ତି ନିରାକରଣ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ । ଏହି ୧୫ ଦିନିଆ ଅଭିଯାନ ୩୧ ମେ ୨0୨୨ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେଙ୍କ ଦ୍ୱାରା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ଥିଲା l ତତ ପରେ ଚଳିତ ମାସ 0୭ ତାରିଖ ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏକ ସଚେତନତା ଶୋଭାଯାତ୍ରା ( ପଦଯାତ୍ରା ) କୁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ୧୫ ଦିନିଆ ଅଭିଯାନ ରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଶିଶୁ ଶ୍ରମିକ ଉଦ୍ଧାର ଦଳ ୫ ଜଣ ଶିଶୁ / କିଶୋର ଶ୍ରମିକ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନା କରାଯାଇଥିଲା ।