କୃଷି ମହାବିଦ୍ୟାଳୟ ଓୟୁଏଟି ଠାରେ ୨ ଦିନିଆ ବସନ୍ତ ଉତ୍ସବ ଆୟୋଜିତ..

0

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କୃଷି ମହାବିଦ୍ୟାଳୟ, ଓୟୁଏଟି ଠାରେ ୨ଦିନିଆ ‘ବସନ୍ତଉତ୍ସବ’ ଆୟୋଜିତ ହୋଇଛି ।ଏହି କାର୍ୟ୍ୟକ୍ରମରେ ଉଦ୍ୟାନ ବିଜ୍ଞାନର ଆଲୋଚନାଚକ୍ର ତଥା ପୁଷ୍ପ ଏବଂ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ କୁମାର ସ୍ୱାଇଁ ଯୋଗଦେଇ ଉତ୍କଳ ସଂସ୍କୃତି ବସନ୍ତ ଉତ୍ସବର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଛନ୍ତି । କୃଷି ହେଉଛି ଆମ ପରିଚୟ । ତେବେ ଋତୁ ଭିତ୍ତିକ ପର୍ବ ବସନ୍ତର ଆଗମନରେ ଏଭଳି କାର୍ୟ୍ୟକ୍ରମ ଆମ ସଂସ୍କୃତି, କଲା, ସ୍ଥାପତ୍ୟର ପରିଚୟ ପ୍ରଦାନ କରୁଛି ଓ ପାଠ୍ୟ ପୁସ୍ତକରେ ସୀମିତ ନ ରହି ଛାତ୍ରଛାତ୍ରୀ ପ୍ରତି ମୁହୂର୍ତ୍ତରେ ପ୍ରକୃତି ସହ ବଂଚିବା ପାଇଁ ଜ୍ଞାନ ଆହରଣର ଆବଶ୍ୟକତା ରହିଛି । ଯାହାକି ତାଙ୍କ ଜୀବନରେ ସକାରାତ୍ମକ ଫଳ ପ୍ରଦାନ କରିବ ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।


ସମ୍ମାନନୀୟ ଅତିଥି ଭାବେ ବିକାଶ foundation ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ମୃଦୁଳା ଠାକୁର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀ ପ୍ରତିଟି ପର୍ବକୁ ମନେ ରଖି ଏହାର ବିଶେଷତ୍ୱକୁ ଅନୁଭବ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଓ ବସନ୍ତର ଆଗମନ ଆମକୁ ଅନେକ କଥା ଶିଖାଇଥାଏ । ଆମ ପରମ୍ପରା ସଭିଙ୍କର ସମାନ ଓ କେବଳ ପାଳନ କରିବାର ତରିକା ଅଲଗା ରହିଥାଏ । ଏଣୁ ଆମ କଳଓ, ସଂସ୍କୃତି ସହ ପ୍ରଗତି ଦିଗରେ ଅଗ୍ରସର ହେବଓ ନିତାନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି। କାର୍ୟ୍ୟକ୍ରମରେ ସଭାପତିତ୍ୱ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବସନ୍ତ ଋତୁର ମର୍ମକୁ ବୁଝିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଓପୁରୁଣା ସହ ନୂଆର ଯେପରି ସମ୍ପର୍କ ରହିଛି ଓକୃଷି ସହ ସଂସ୍କୃତିର ସେପରି ସମ୍ପର୍କ ଓ ପ୍ରକୃତି, ସଂସ୍କୃତି ଓ ପ୍ରଗତି ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁଏଭଳି କାର୍ୟ୍ୟକ୍ରମର ଆୟୋଜନ ବୋଲି ମତ ରଖିଛନ୍ତି ଓ ଏହି ଉତ୍ସବ ମର୍ମସ୍ପର୍ଶୀ ଓ ଏଣୁ ପ୍ରକୃତି ପରିବର୍ତନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।


ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ସ୍ଵାକ୍ଷର ହୋଇଛି ଓ କାର୍ୟ୍ୟକ୍ରମକୁ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହୃଷିକେଶ ପାତ୍ର ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ଉଦ୍ୟାନ ମହାବିଦ୍ୟାଳୟ, ଚିପଲିମଓର ଅଧ୍ୟକ୍ଷ ପ୍ରଫେସର କେ.ସି. ସାମଲ ଧନ୍ୟବାଦ ଦେଇଥିଲେ ଓ ଡ଼. ଚକ୍ରଧର ପାତ୍ର ମଂଚ ପରିଚାଳନା କରିଥିଲେ ।