ଆଜି ସକାଳେ ମିଆଁମାରରେ ୫.୧ ତୀବ୍ରତାର  ଭୂକମ୍ପ ଝଟକା ଅନୁଭୂତ

0

ପୁଣି ଆଜି ସକାଳୁ ଥରିଲା ମିଆଁମାର । ଆଜି ସକାଳେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ମାପ କରାଯାଇଛି। ଏଠାରେ ହୋଇଥିବା ସମ୍ପ୍ରତି ଭୂମିକମ୍ପ ସମଗ୍ର ଦେଶରେ ବିନାଶ ସୃଷ୍ଟି କରିଥିଲା, ଯେଉଁଥିରେ ତିନି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଜି ୭ଟା ୫୪ମିନିଟ୍‌ ଓ ୫୮ସେକେଣ୍ଡରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମାପ କରାଯାଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମି ଭିତରେ ୧୦ କିଲୋମିଟର ଗଭୀରତାରେ ଥିଲା। ବର୍ତ୍ତମାନ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ।