ଆଜି ଜାପାନର ମଧ୍ୟ ଭାଗରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ (ଜେଏମ୍ଏ) କହିଛି। ସ୍ଥାନୀୟ ସମୟ ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ପ୍ରଥମ ଭୂମିକମ୍ପର ୧୦ ମିନିଟ୍ ପରେ ସେହି ଅଞ୍ଚଳରେ ଦ୍ୱିତୀୟ, ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଜେଏମ୍ଏ କହିଛି।ଜାପାନ ପ୍ରଶାନ୍ତ ମହାସାଗରର ‘ରିଙ୍ଗ ଅଫ ଫାୟାର’ କୂଳରେ ଅବସ୍ଥିତ । ଏଠାରେ ଚାରୋଟି ବଡ ଟେକ୍ଟୋନିକ ପ୍ଲେଟ ପରସ୍ପର ସହ ଧକ୍କା ହୁଅନ୍ତୁ ।ଏହି କାରଣରୁ ଜାପାନ ହେଉଛି ବିଶ୍ୱର ସବୁଠାରୁ ଅଧିକ ଭୂମିକମ୍ପ ପ୍ରଭାବିତ ଦେଶ । ଏଠାରେ ପ୍ରତିବର୍ଷ ପାଖାପାଖି ୧୫୦୦ ଭୂମିକମ୍ପ ଆସିଥାଏ ।