ବ୍ୟୁରୋ: ଏସଆରପିଏଫ ର ଜଣେ ଯବାନଙ୍କ ଚାପୁଡ଼ାରେ ବ୍ୟକ୍ତିଙ୍କ ଗଲା ଜୀବନ । ଏଭଳି ଘଟଣା ଘଟିଛି ନାଗପୁର ସହରରେ । ଗୁରୁବାର ରାତିରେ ୱାଠୋଡ଼ା ଥାନା ଅନ୍ତର୍ଗତ ମାତା ମନ୍ଦିର ଅଞ୍ଚଳରେ ଘଟିଛି ଏହିି ଘଟଣା। କାର୍ ହେଡଲାଇଟ୍ ପଡ଼ିବା ଘଟଣାରେ ଯୁକ୍ତିତର୍କ କରୁଥିବା ବେଳେ ‘ଷ୍ଟେଟ୍ ରିଜର୍ଭ ପୋଲିସ୍ ଫୋର୍ସ’ର ଜଣେ ଯବାନଙ୍କ ଚାପୁଡ଼ାରେ ଜଣେ ୫୪ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଭଉଣୀକୁ ଭେଟିବା ପାଇଁ ‘ଏସଆରପିଏଫ୍’ ଯବାନ ନିଖିଳ ଗୁପ୍ତା ସେଠାକୁ ଯାଇଥିଲେ। ନିଖିଳ ଗୁପ୍ତା କାର୍ ପାର୍କିଙ୍ଗ କରୁଥିବା ବେଳେ କାର୍ ହେଡଲାଇଟ୍ ସେ ଅଞ୍ଚଳର ମୁରଲୀଧର ରାମରାଓଜି ନେୱାରେ ନାମରେ ଜଣେ ବାସିନ୍ଦାଙ୍କ ମୁହଁରେ ପଡ଼ିଥିଲା । ନେୱାରେ ବିନମ୍ରତାର ସହିତ ଯାଇ ଗୁପ୍ତାଙ୍କୁ କହିଲେ, କି ସେ ତାଙ୍କ କାର୍ର ହେଡଲାଇଟ୍ ‘ରିଆଡଜଷ୍ଟ୍’ କରିଦିଅନ୍ତୁ। କିନ୍ତୁ ନିଖିଳ ଗୁପ୍ତା ‘ରିଆଡଜଷ୍ଟ୍’ କରିବା ପରିବର୍ତ୍ତେ ରାଗିଯାଇଥିଲେ । ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ନିଖିଳ ଗୁପ୍ତା ନେୱାରେଙ୍କୁ ଗୋଟିଏ ଚାପୁଡା ମାରିଥିଲେ । ଆଉ ଏଥିରେ ତଳେ ପଡିଯାଇଥିଲେ ନେୱାରେ । ତୁରନ୍ତ ତାଙ୍କୁ ‘ଗଭର୍ଣ୍ଣମେଣ୍ଟ୍ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ, ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପୁଲିସ ‘ଆଇପିସି’ ଧାରା ୩୦୪ ଅନୁସାରେ ନିଖିଳ ଗୁପ୍ତାଙ୍କ ନାଁରେ ମାମଲା ରୁଜୁ କରିଛି।