ଥରିଲା ଆମେରିକା। ଆମେରିକାର ପଶ୍ଚିମ ଉପକୂଳରେ ଏକ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଏନେଇ ଭୂବିଜ୍ଞାନୀମାନେ ଏହି ସୂଚନା ଦେଇଛନ୍ତି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ ଭୂକମ୍ପର ତୀବ୍ରତା ୬.୦ ଥିଲା। ଏହାର କେନ୍ଦ୍ର ପ୍ରଶାନ୍ତ ମହାସାଗର ତଳେ ଏକ ତ୍ରୁଟିପୂର୍ଣ୍ଣ ଲାଇନରେ ଥିଲା । ଓରେଗନ୍ ରାଜ୍ୟର ବେଣ୍ଡନ୍ ସହର ଠାରୁ ଏହା ୧୭୩ ମାଇଲ୍ ଥିଲା । ତେବେ ଭୂକମ୍ପ ପରେ ଏପର୍ୟ୍ୟନ୍ତ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ।