ବାମନଘାଟୀ : ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଵଢିଵଢି ଚାଲିଛି ।ଇତି ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୧୨ ଜଣରୁ ଉର୍ଦ୍ଧ୍ବ ନିରିହ ଛୁଆ,ଯୁବକ,ଯୁବତୀ,ମହିଳା ବୃଦ୍ଧାଙ୍କର ମୃତ୍ୟୁ ହୋଇଗଲାଣି । ସୂଚନାଯୋଗ୍ୟ ବାଦାମପାହାଡ଼ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମର ପ୍ରଦୀପ ମହାନ୍ତଙ୍କ ଘର ଲୋକେ ଖାଇ ପିଇ ଶୁକ୍ରବାର ରାତିରେ ଶୋଇଥିଲେ ।ପ୍ରଦୀପଙ୍କ ବଡ଼ପୁଅ ଓ ସାନପୁଅ ଖାଇ ପିଇ ସାଙ୍ଗରେ ଘର ଭିତରେ ତଳେ ବିଛଣା ପକାଇ ଶୋଇଥିଲେ । ବିଳମ୍ବିତ ରାତିରେ ସାନ ପୁଅ ମୁକେଶ ହେମ୍ବ୍ରମ (୬) ରାତିରେ ପାଟି କରି ଚିତ୍କାର କରି ଶୁଣି ଘର ଲୋକେ ଉଠିଥିଲେ । ଜଣାପଡିଥିଲା ଏକ ଚିତି ସାପ ତା’ର ହାତକୁ କାମୁଡ଼ି ଦେଇଥିବରୁ ହାତରୁ ରକ୍ତ ଝର ଝର ଵୋହୁଥିଲା ।
ଘର ଲୋକେ ଖୋଜ ଖୋଜି କରି ସାପଟିକୁ ପାଇଥିଲେ । ରାତିରେ ପିଲାଟିକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ସୁଲାଇପାଟ ଥାନାଧିକାରୀ ପ୍ରଦୀପ ବାରିକ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି ।ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।