ଜଳେଶ୍ୱର : ସ୍କୁଲରୁ ଆସି ଝୁଲି ପଡିଲେ ୭ମ ଶ୍ରେଣୀ ଛାତ୍ରୀ । ଘର ନିକଟ ଏକ ଗଛରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୋଗରାଇ ବ୍ଲକ ଗମ୍ଭାରିଆ ଗାଁରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘର ନିକଟ ଏକ ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପରିବେଶ ଶୋକାକୁଳ ଦେଖାଦେଇଛି । ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।