ବାଉଁଶ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଗୁରୁତର

0

କରଞ୍ଜିଆ /ବସନ୍ତ କୁମାର : ବାଉଁଶ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଗୁରୁତର । ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ – ଖିଚିଂ ରାସ୍ତାର ହାତୀଦାଣ୍ଡି ଗ୍ରାମ ନିକଟରେ। ଏକ ବାଉଁଶ ବୋଝେଇ ଟ୍ରାକ୍ଟର କରଞ୍ଜିଆ ଅଭିମୁଖେ ଆସୁଥିବା ସମୟରେ ହାତୀଦାଣ୍ଡି ଗ୍ରାମ ନିକଟରେ ଭାରଶ୍ୟାମ ହରାଇ ରାସ୍ତା କୋଡ଼ ବିଲ ମଧ୍ୟରେ ଓଲଟି ପଡିଥିବା ଫଳରେ ଗାଡିରେ ଥିବା ସନୁ ନାଏକ ନାମକ ଜୈନେକ ଶ୍ରମିକ ଟ୍ରାକ୍ଟର ତୋଳେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ , ପୋଲିସ ଏବଂ ସ୍ଥାନୀୟ ଲୋକ ପହଞ୍ଚି ୩ଟି ଜେସିବି ମେସିନ ସାହାଯ୍ୟରେ ଶ୍ରମିକ ଜଣଙ୍କୁସୁରକ୍ଷିତ ଉଦ୍ଧାର କରାଯାଇଥିଲେ ବି ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ତେବେ ତାଙ୍କୁ ଘଟଣା ସ୍ଥଳରୁ ୧୦୮ ଅମ୍ବୁ ରେ ଆଣି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି ।ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚ ଅଧିକ ତଦନ୍ତ ଜାରି ରଖିଛି କରଞ୍ଜିଆ ପୋଲିସ ।