ଲିଙ୍ଗରାଜଙ୍କ ବାହୁଡା ଯାତ୍ରାରେ ଘଟିଛି ବଡ ଅଘଟଣ: ନୀତି ଛାଡି ଦୌଡିଲେ ସେବାୟତ

0

ଭୁବନେଶ୍ୱର: ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡା ଯାତ୍ରାରେ ଘଟିଛି ବଡ ଅଘଟଣ । ବାହୁଡା ଯାତ୍ରାରେ ବାଘୁଆ ମହାମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡା ନୀତି ପାଇଁ ସେବାୟତ ପ୍ରସ୍ତୁତ ହେଉଥିବା ସମୟରେ ପରିସରରେ ଥିବା ଓସ୍ତଗଛ ମହୁ ଫେଣାକୁ କେହି ଟେକା ମାରି ଦେଇଥିଲା । ଯାହାଫଳାରେ ହଜାର ହଜାର ସଂଖ୍ୟାରେ ମହୁମାଛି ଫେଣାରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ଦଂଶନ କରିଥିଲେ । ମହୁମାଛିଙ୍କ ଆକ୍ରମଣକୁ ବଞ୍ଚିବା ପାଇଁ ସେବାୟତ ମାନେ ଠାକୁରଙ୍କ ନୀତିକୁ ଅଧାରେ ଛାଡି ପ୍ରାଣ ବିକଳରେ ଯିଏ ଯେଉଁଆଡେ ପାଇଲେ ଦୌଡିଲେ । ମହୁମାଛି ଭୟରେ ମାତ୍ର୫ ମିନିଟରେ ମନ୍ଦିିର ବେଢା ଶୂନ୍ୟ ହୋଇଯାଇଥିଲା ମହୁମାଛି ଆତଙ୍କ ପାଇଁ ବାହୁଡା ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା ।