(ଅନୁସ୍ୱୟା)ଭୁବନେଶ୍ୱର: ଉତ୍ତରପ୍ରଦେଶ ସରଜୁ ନଦୀରେ ଏକ ଅଘଟଣ ଘଟିଛି । ଡ଼ଙ୍ଗା ବୁଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି । ସୁଚନାନୁଯାୟୀ ବହରାଇଚ ଜିଲ୍ଲା ମିହିପୁରବା ତହସିଲର ଲୈାକାହୀ ଗାଁର ଗ୍ରାମବାସୀ ବର୍ଷାଋତୁ ଚାଲିଥିବାରୁ ତଳି ରୁଆ କାମ ପାଇଁ ଏକ ଡଙ୍ଗା ଯୋଗେ ସରଯୁ ନଦୀ ପାର ହେଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାରେ ପ୍ରାୟ ୨୧ଜଣ ଗ୍ରାମବାସୀ ଥିଲେ । ଡଙ୍ଗାଟି ଓଲଟି ପଡ଼ିବାରୁ ସମସ୍ତ ଗ୍ରାମବାସୀ ପାଣିରେ ପଡ଼ିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ୧୭ଜଣ ନିଖୋଜ ଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ମୋତିପୁରର ଏସଡିଏମ ଓ ଏନଡିଆରଏଫ ଟିମ ଦ୍ୱାରା ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଂଚିଥିବା ଜଣାପଡ଼ିଛି ।