ମଝି ନଈରେ ବୁଡିଲା ୩୦ ରୁ ଅଧିକ ପିଲା ଥିବା ଡଙ୍ଗା

0

ବ୍ୟୁରୋ: ମଝି ନଈରେ ଅଘଟଣ।ବୁଡିଲା ଡଙ୍ଗା। ଡଙ୍ଗାରେ ଥିଲେ ୩୦ ରୁ ଅଧିକ ପିଲା। ଏଭଳି ଘଟଣା ଘଟିଛି ବିହାର ବାଗମତି ନଦୀରେ । ଆଜି ପ୍ରାୟ ସକାଳ ୯ଟା ସମୟରେ ଗାଇଘାଟ ପୋଲିସ ଷ୍ଟେସନ ଅଞ୍ଚଳର ବେନିୟାବାଦ ଓପିରେ ଘଟିଛି ଏହି ଅଘଟଣ । ୩୦ ରୁ ଅଧିକ ପିଲାଙ୍କୁ ନେଇ ଏକ ସ୍କୁଲ ଡଙ୍ଗା ନଦୀରେ ବୁଡ଼ି ଯାଇଥିଲା। ମୁଜାଫରପୁର ଜିଲ୍ଲା ନିକଟ ବାଗମତି ନଦୀରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଆଉ ଏହି ଘଟଣାକୁ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଏବଂ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏବଂ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ହେଲେ ଏବେ ସୁଦ୍ଧା ସୁଦ୍ଧା୨୦ ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି।