କେନ୍ଦୁଝର(ରିପୋର୍ଟର୍ସ ଟୁଡେ) : କେନ୍ଦୁଝର ପାଟଣା ବ୍ଲକ୍ ସଡଙ୍ଗବାହାଳି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ୪ ବର୍ଷର ଶିଶୁପୁତ୍ର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବୁଧବାର ସଂନ୍ଧ୍ୟାରେ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ୪ ବର୍ଷ ଶିଶୁପୁତ୍ର ତ୍ରିସାନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀ ଆଡକୁ ଚାଲି ଯାଇଥିଲା । ଯାହା ଫଳରେ ତ୍ରିସାନ ପାଣିରୁ ବୁଡି ଯିବାରୁ ତାଙ୍କର ମୃତ୍ୟ ହୋଇଛି । ପରିବାର ଓ ସାହିପଡିଶାର ଲୋକ ଅନେକ ଖୋଜା ଖୋଜି ପରେ ରାତିରେ ପୋଖରୀ ଭିତରେ ଶିଶୁ ପୁତ୍ରର ମୃତ ଦେହ ଦେଖିବାକୁ ପାଇଥିଲେ । ପାଣି ଭିତରୁ ଉଦ୍ଧାର କରି ପାଟଣା ମେଡିକାଲକୁ ଆଣିଥିଲେ ମଧ୍ୟ ସେଠାରେ ଶିଶୁ ପୁତ୍ର ଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଗାଁ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହେବା ସଂଙ୍ଗେ ମୃତ ଶିଶୁ ର ଶବ ବ୍ୟବଚ୍ଛେଦ ଆଜି ପାଟଣା ରେ ହୋଇଛି ।