ଭୁବନେଶ୍ୱର : ସଂସଦ ଶୀତ ଅଧିବେଶନରେ ଆଜି ଚକିତ କଲା ପରି ଘଟଣା ସାମ୍ନାକୁ ଆସିଛି । ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡା । ଚେକିଂ ବେଳେ ଟଙ୍କା ବିଡା ମିଳିଥିବା ସୂଚନା । ଏହାକୁ ନେଇ ଉଦବେଗ ପ୍ରକାଣ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର । ସେପଟେ ଘଟଣାକୁ ନେଇ ଅଚମ୍ବିତ ଥିବ କହିଛନ୍ତି କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭି ।