ବେପରୁଆ ଗାଡି ଚାଳନାରେ ଭୟଙ୍କର ପରିଣତି : ଧକ୍କାରେ ଆହତ ପରିବା ବ୍ୟବସାୟୀ

0

ପୁଣି ମୋ ବସ୍ ଧକ୍କା । ଏଥର କଟକରେ ପରିବା ବ୍ୟବସାୟୀଙ୍କୁ ଦେଲା ଧକ୍କା। ଦୁର୍ଘଟଣା ଟି କଟକ ମଲା ଚଣ୍ଡିଆ ଛକ ନିକଟରେ ଘଟିଛି । ଡ୍ରାଇଭରର ବେପରୁୱା ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରକୁ ଥାନାକୁ ନେଇ ପୋଲିସ ଅଟକ ରଖିଛି । ତିନି ଦିନ ତଳେ ଭୁବନେଶ୍ବର ନନ୍ଦନ କାନନ ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷର ନାବାଳିକା ମୃତ୍ୟୁ ହୋଇଥିବା ବେଳେ ପୁଣି ଏକ ଦୁର୍ଘଟଣା ଘଟାଇଛି ମୋ ବସ । ପ୍ରଶ୍ନ ଉଠୁଛି, ବାରାମ୍ବାର ଏଭଳି ଦୁର୍ଘଟଣା ପରେ ବି କାହିଁକି ସତର୍କତା ଅବଲମ୍ବନ କରୁନାହାଁନ୍ତି ମୋ ବସ୍ ଚାଳକ ? କାହିଁକି ଚୁପ୍ ବସିଛି କ୍ରୁଟ୍ କର୍ତ୍ତୃପକ୍ଷ ?
ଭୁବନେଶ୍ୱରରେ ବାରମ୍ବାର ମୋ ବସ୍ ଦୁର୍ଘଟଣାରେ ଜନଜୀବନ କ୍ଷତି ଘଟିଛି । ନନ୍ଦନକାନନ ରୋଡ ରଘୁନାଥପୁର ରାସ୍ତାରେ ଏକ ନାବାଳିକା ଉପରେ ମୋ ବସ୍ ମାଡିଯିବାରୁ ଘଟଣାସ୍ଥଳରେ ଝିଅର ମୃତ୍ୟୁ । କିଛି ମାସ ପୂର୍ବରୁ ଆଚାର୍ଯ୍ୟବିହାର ଛକ ନିକଟରେ ମଧ୍ୟ ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର ହୋଇଥିଲେ । ତାଙ୍କର ଗୋଟିଏ ହାତ ଛିଡିଯାଇଥିଲା । ମୋ ବସ୍ ର ଏଭଳି ଦୁର୍ଘଟଣା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।