ସାଲେପୁର/ଜ୍ୟୋସ୍ନା ରାଣୀ ସିଂ: ଗତକାଲି ବିଳମ୍ବିତ ରାତିରେ ଇଣ୍ଡିକା କାରରେ ଦୁଇଜଣ ଘରକୁ ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ହେଲେ ସାଲେପୁର ଥାନା ହୀରାପୁର ଗ୍ରାମର ଆକାଶ ଦେହୁରୀ ଆହତ ହେଲେ ମୋହନ କୁମାର ବେହେରା। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦଫାଣ୍ଡି ବାଲିସମଳା କେନାଲ ବନ୍ଧ ଛକ ନିକଟରେ। ବାଲିସମଳା କେନାଲବନ୍ଧଛକ ନିକଟରେ ଏକ ୧୧କେଭି ବିଦ୍ୟୁତଖୁଣ୍ଟକୁ ଇଣ୍ଡିକା କାରଟି ଜୋରରେ ଧକା ଦେଇଥିଲା । ଖୁଣ୍ଟଟି ମଧ୍ୟ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଇଣ୍ଡିକା କାର ଯୋଗେ ଜପକୁଦରୁ ଆକାଶ ଦେଉରୀ ଓ ମୋହନକୁମାର ବେହେରା ଘରକୁ ଫେରୁଥିବାବେଳେ ବାଲିସମେଳା କେନାଲ ବନ୍ଧ ଛକ ନିକଟରେ ଏକ ୧୧କେଭି ବିଦ୍ୟୁତଖୁଣ୍ଟରେ ଦୁର୍ଘଟଣା ଘଟାଇଥିଲେ। ଘଟଣା ସ୍ଥଳରେ ଆକାଶଙ୍କ ମୃତ୍ୟୁହୋଇଥିଲା ବେଳେ ମୋହନ ଆହତ ହୋଇପଡିଥିଲେ। ସ୍ଥାନୀୟ ଲୋକେ ଇଣ୍ଡିକା କାରରୁ ଉଦ୍ଧାରକରି ଆକାଶଙ୍କୁ ଆମ୍ବୁଲାନ୍ସରେ କଟକ ମେଡିକାଲକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆହତ ମୋହନକୁମାର ବେହେରା ଅବସ୍ଥା ଭଲଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଂଚି କାରଟିକୁ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛି।