ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଛି ତିନି ବର୍ଷର ଏକ ଶିଶୁକନ୍ୟା । ପିଲାଟି ବସଷ୍ଟାଣ୍ଡରେ ଏକା ବସି କାନ୍ଦୁ ଥିବାର ଯାତ୍ରୀ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋ୍ଲିସ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା । ପ୍ରକାଶ ଯେ, ବନ୍ତ ଛକ ବସଷ୍ଟାଣ୍ଡରୁ ଆଜି ଏକ ୩ ବର୍ଷର ଶିଶୁକନ୍ୟାକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ଶିଶୁକୁ ତାର ମାଆ ବସଷ୍ଟାଣ୍ଡରେ ଛାଡି କୁଆଡେ ଚାଲି ଯାଇଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଶିଶୁକୁ ସ୍ଥାନୀୟ ପୋଲିସ ଉଦ୍ଧାର କରି ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ବାତ୍ସଲ୍ୟରେ ଛାଡି ଦେଇଛନ୍ତି । ତେବେ ପର୍ଯ୍ୟନ୍ତ ଶିଶୁର କୌଣସି ପରିଚୟ ମିଳିପାରୁନାହିଁ ।