ଉଦଳା/ ଦୀପକ ମିଶ୍ର: ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟନିର୍ବାହୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ଦ୍ୱାରା ଉଦଳା ଏନଏସି କାର୍ୟ୍ୟାଳୟ ସାମ୍ନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଉଦଳା ୧୨ଟି ୱାର୍ଡର ଲୋକଙ୍କ ଉଦେଶ୍ୟରେ ୫ଟି ବେଟେରି ଚାଳିତ ବର୍ଜ୍ୟବସ୍ତୁ ବହିବା ଗାଡିକୁ ପତାକା ଉଡାଇ ଶୁଭ ଉଦଘାଟନ କଲେ ଉପଜିଲ୍ଲାପାଳ । ଏହି ବେଟେରି ଚାଳିତ ଗାଡ଼ିରେ ଅଞ୍ଚଳର ୧୨ଟି ଯାକ ୱାର୍ଡରୁ ଘରେ ପଶି ଘରେ ବାହାରୁ ଥିବା ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁକୁ ସଂଗ୍ରହ କରି ଏହି ବର୍ଜ୍ୟ ବସ୍ତୁକୁ ଉଦଳା ଏନଏସିରେ ଥିବା ଜୈବ ଆଣବିକ କେନ୍ଦ୍ରକୁ ନେଇ ଜୈବିକ ଅଣୁ ସାର ପ୍ରସ୍ତୁତରେ ସହାୟକ ହେବ ବୋଲି ଉଦଳା ବିଜ୍ଞାପିତ ଅଂଚଳ ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ ପ୍ରକାଶ କରିଥିଲେ ।
ଉଦଳା ସରକାରୀ ଯନ୍ତ୍ରୀ ଧନେଶ୍ୱର କିସ୍କୁ, ସଞ୍ଜୟ କୁମାର ପାଢ଼ୀ, ପ୍ରିତିଶ କୁମାର ଜେନା, ଦାଶରଥି ପରିଡା ପ୍ରମୁଖଙ୍କ ଉପସ୍ଥିତରେ ଉପଜିଲ୍ଲାପାଳଙ୍କ ସମେତ କାର୍ୟ୍ୟନିର୍ବାହୀ ଅଧିକାରୀ ଗାଡି ଗୁଡିକ ପୂଜା ପାଠ କରାଇ ନଡ଼ିଆ ଭାଙ୍ଗି ହାତରେ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ । ଲୋକଙ୍କ ଉଦେଶ୍ୟରେ ଲୋକାର୍ପିତ ହେଇ ଥିବା ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପରିଚାଳନା କରି ପ୍ରତ୍ୟେକ ୱାର୍ଡରୁ ବର୍ଜ୍ୟ ବସ୍ତୁ ସଂଗ୍ରହ କରିବେ ଏବେ ଆଗାମୀ ଦିନରେ ପ୍ରତ୍ୟେକ ୱାର୍ଡ ପାଇଁ ଆହୁରି ବର୍ଜ୍ୟ ବସ୍ତୁ ସଂଗ୍ରହ କରିବା ପାଇଁ ଗାଡି ଯୋଗାଇ ଦିଆ ଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।