ପୁରୀ: ଗଠନ ହେବ ରତ୍ନଭଣ୍ଡାର କମିଟି । କମିଟି ପାଇଁ ଗତ ୧୨ ତାରିଖରେ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ତଦାରଖ ପାଇଁ ଗଠନ ହେବା ପାଇଁ ହାଇପାୱାର କମିଟି । ୪ ସପ୍ତାହ ମଧ୍ୟରେ ଗଠନ ହେବ ଏହି କମିଟି । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟଇ । ଏ ନେଇ ହାଇକୋର୍ଟକୁ ଅବଗତ କଲେ ରାଜ୍ୟ ସରକାର । ୪ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପ୍ଟେମ୍ବର ୨୯ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଆବେଦନ ହୋଇଛି ।