ଜାତୀୟ ସ୍ୱାସ୍ଥ୍ୟ ମିଶନର ଯୋଗ ଶିକ୍ଷକଙ୍କ ଏକ ଦିବସୀୟ ସମ୍ମିଳନୀ ଅନୁଷ୍ଠିତ..

0

ସୁବର୍ଣ୍ଣପୁର(ଓମ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଯୋଗ ସମିତି ଜାତୀୟ ସ୍ବାସ୍ଥ୍ୟ ମିଶନର ଯୋଗ ଶିକ୍ଷକ ଙ୍କ ଏକ ଦିବସୀୟ ସମ୍ବିଳନୀ ଅନୁଷ୍ଟିତ ହୋଇ ଯାଇଛି । ସୋନପୁର ସଦର ମହକୁମା ସ୍ମାର୍ଟ ପାର୍କ ର ଯୋଗ ମଣ୍ଡପ ରେ ଅନୁଷ୍ଟିତ ଏବଂ ସି ଡି ଏମ ପି ଏଚ ଓ ଡ଼ା ପ୍ରଦୀପ ଗରୁ ଙ୍କ ତତ୍ଵାବଧାନରେ ଆୟୋଜିତ ଏ କାର୍ୟ୍ୟକ୍ରମ ରେ ଅତିଥି ଭାବରେ ସ୍ବାସ୍ଥ୍ୟ ବିଭାଗ ର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବିଶ୍ବମ୍ବର ବେହେରା, ଜିଲ୍ଲା ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ , ମୁଖ୍ୟ ବକ୍ତା ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଯୋଗ ଦେଇ ଉଦ୍ଘାଟନ କରିଥିଲେ।  ଯୋଗ ଶିକ୍ଷକ ଙ୍କ ପ୍ରଚେଷ୍ଟା ଓ ଉଦ୍ୟମକୁ ପ୍ରଶଂସା କରିବା ସହିତ ସମଗ୍ର ଜିଲ୍ଲାର କୋଣ ଅନୁକୋଣ ରେ ବ୍ୟାପକ ଯୋଗ ପ୍ରଚାର ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଦିନକୁ ଦିନ ବଢୁଥିବା ସ୍ଵାସ୍ଥ୍ୟ ସମସ୍ୟା ଓ କ୍ରୋନିକ ରୋଗର ନିବାରଣ ପାଇଁ ଯୋଗ ଅପରିହାର୍ୟ୍ୟ ବୋଲି ସମସ୍ତ ଅତିଥି ନିଜର ମତ ରଖିଥିଲେ । ଏହି କାର୍ୟ୍ୟକ୍ରମ ରେ ସ୍ମାର୍ଟ ପାର୍କ ର ଯୋଗ ସଂଯୋଜକ ମନୋ ରଞ୍ଜନ ତ୍ରିପାଠୀ ଅତିଥି ପରିଚୟ କରି ସଭା ସଂଯୋଜନା କରିଥିବା ବେଳେ ଯୋଗ ଗୁରୁ ମନୋଜ୍ କୁମାର ପଣ୍ଡା ସ୍ଵାଗତ ଅଭିଭାଷଣ ରଖି ଥିଲେ । ଯୋଗ ସମିତି ର ସଂଯୋଜକ ପରେଶ୍ ମେହେର , ରବୀନ୍ଦ୍ର ଜେନା ସହଯୋଗ କରିଥିଲେ କ୍ଷ ଶେଷରେ ଯୋଗ ଶିକ୍ଷକ ଅଚ୍ୟୁତାନନ୍ଦ ପୁଜାହାରୀ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ, ADMO ଡ଼ା.ଦୈତ୍ୟ ନାରାୟଣ ପାଢ଼ୀ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋଜ କୁମାର ଅଦାବର , ସୋନପୁର କଲେଜ୍ NCC ଲ୍ୟାଫ୍ଟନେଣ୍ଟ ଅଧ୍ୟାପକ ଆଶିଷ ଅଗ୍ରୱାଲ , ଆଇନ ଜିବୀ ପ୍ରଦୀପ ପୁରୋହିତ ପହଂଚି ଯୋଗ କୁ ଗାଁ ଗାଁ ରେ ପ୍ରତି ପାରିବାର ରେ ପହଞ୍ଚାଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ଯୋଗ ଶିକ୍ଷକ ଙ୍କୁ ପରାମର୍ଶ ଓ ଉତ୍ସାହିତ କରିଥିଲେ । ଯୋଗ ସମିତି, ସ୍ବଚ୍ଛ ଭାରତ କର୍ମକର୍ତା ଓ ସୋନପୁର କଲେଜ୍ ଏନ୍ ସି ସି ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲା ଯୋଗ ସଂଯୋଜକ ମନୋଜ ପଣ୍ଡା, ଯୋଗ ଶିକ୍ଷକ ବିଶ୍ୱଜିତ୍ ଚାନ୍ଦ, ଦୀପ୍ତି ରଞ୍ଜନ କର୍ଣ୍ଣ,ଡାକ୍ତର କ୍ଷେତି, ସାଗରିକ ସାହୁ, ସୁଜାତା ସାହୁ , ମିନାକ୍ଷୀ ସାହୁ ପ୍ରମୁଖ ଶିବିର କୁ ପରିଚାଳନା କରିଥିଲେ । ପାର୍କ ର କେୟାର ଟେକର ହରି ଶଙ୍କର ଚୌଧୁରୀ ଓ ଅନ୍ୟ କର୍ମଚାରୀ ସହାଯୋଗ କରିଥିଲେ ।