ପୁରୀ/ ଜୟନ୍ତ କୁମାର ସେଠି: ପୁରୀ ସମୁଦ୍ର ରୁ ମିଳିଲା ଏକ ଭୟଙ୍କର ଆକୃତି ମୂର୍ତି। ମତ୍ସଜୀବୀଙ୍କ ଜାଲରେ ପଡିଛି ଏହି ମୂର୍ତ୍ତି । ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଏକ ରହସ୍ୟମୟ ମୂର୍ତ୍ତି ଟିକୁ ପାଇଛନ୍ତି । ଏହି ମୂର୍ତ୍ତିଟି ବେଶ୍ ଭୟାନକ ଦେଖାଯାଉଛି । ପେଣ୍ଠକଟାର ମତ୍ସଜୀବୀ ଏ ରାଜୁ ଓ ତାଙ୍କ ସାଥୀ, ଏ ଦାହିର, ଏ କୁମାର, ସିଏଚ୍ ରମୁ ସମୁଦ୍ରରେ ଜାଲ ପକାଇଥିବା ବେଳେ ଏହି ମୂର୍ତ୍ତି ଦେଖିଥିଲେ । ମାଛ ଧରିବାକୁ ଜାଲ ପକାଇବା ସମୟରେ ଜାଲରେ ଏହି ମୂର୍ତ୍ତିଟି ଲାଗିଥିଲା । ସେମାନେ ଏହି ମୂର୍ତ୍ତିକୁ ଡଙ୍ଗାରେ ଆଣି କୂଳକୁ ନେଇ ଆସିଛନ୍ତି । ପେଣ୍ଠକଟା ନିକଟସ୍ଥ ବେଳାଭୂମିରେ ଏହି ମୂର୍ତ୍ତିକୁ ଥୋଇ ମତ୍ସ୍ୟଜୀବୀ ଘରକୁ ଚାଲି ଯାଇଛନ୍ତି । ମୂର୍ତ୍ତିଟିକୁ ଦେଖିବାକୁ ଲୋକ ଙ୍କ ଗହଳି ଜମିଛି । ଏହାର ଉଚ୍ଚତା ପାଖାପାଖି ୫ ଫୁଟ ଥିବା ବେଳେ ଓଜନ ଖୁବ ଅଧିକ ଅଛି । ଏହା ସିମେଣ୍ଟର ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି । ଏହା ମା’ କାଳିଙ୍କ ମୂର୍ତ୍ତି ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ମୂର୍ତି ଓ ଏହାର ଭୟାନକ ଚେହେରା କୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। କିଏ କେଉଁ ପରିସ୍ଥତିରେ ଏହି ମୂର୍ତି ସମୁଦ୍ର ରେ ପକାଇଛି, କିଭଳି ସମୁଦ୍ର କୁ ଏହି ମୂର୍ତି ଆସିଲା ଏହା ପଛ ରେ କଣ କାରଣ ରହିଚି ସେ ନେଇ ପୁରୀ ସହର ବେଶ୍ ଚର୍ଚ୍ଚାର ବିଷୟ ହୋଇଚି।