ଆନ୍ଧ୍ରପ୍ରଦେଶ କଡପ୍ପା ଜିଲ୍ଲାର ଜଣେ ଭକ୍ତ ଭଗବାନ ତିରୁପତି ବାଲାଜୀଙ୍କୁ ସ୍ୱର୍ଣ୍ଣ କମଳ ଚଢାଇଛନ୍ତି

0

ଆନ୍ଧ୍ରପ୍ରଦେଶ: ଭଗବାନଙ୍କୁ ଭକ୍ତ ଚଢାଇଲେ ସ୍ୱର୍ଣ୍ଣ କମଳ । ଏମିତି ଜଣେ ଭକ୍ତ ଭଗବାନ ତିରୁପତି ବାଲାଜୀଙ୍କୁ ସ୍ୱର୍ଣ୍ଣ କମଳ ଚଢାଇଛନ୍ତି । ତିରୁପତି ବାଲାଜୀଙ୍କ ମନ୍ଦିରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭଗବାନ ବିଷ୍ଣୁଙ୍କ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି। ଏବଂ ନିଜ ଦୃହୟରୁ ଦାନ କରିଥାନ୍ତି । ତେବେ ଏପରି ଏକ ଭକ୍ତ ହେଉଛନ୍ତି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ୟେରାମୁକ୍କାପାଲିର ମାମିଲାପାଲେର ଜଣେ ୬୨ ବର୍ଷୀୟ ଡ. ରାଜା ରେଡ୍ଡୀ। ସେ ତିରୁପତି ବାଲାଜୀଙ୍କୁ ୧୦୮ ସୁନାର ଫୁଲ ଚଢ଼ାଇଛନ୍ତି। ଯାହାର ମୂଲ୍ୟ ୨ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଦାନ ଲଳିତା ଜୁଏଲାରୀ ପରିଚାଳନା ନିର୍ଦ୍ଦେଶକ କିରଣ କୁମାରଙ୍କ ଉପସ୍ଥିତିରେ ମନ୍ଦିର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ୧୦୮ ସ୍ୱର୍ଣ୍ଣ କମଳ ଫୁଲ ସ୍ୱତନ୍ତ୍ର ରୂପେ ଶ୍ରୀଭାରୀ ଅଷ୍ଟଦଳ ପଦ ପଦ୍ମାରାଧନା ସେବା ପାଇଁ ପ୍ରସ୍ତୁତ କରାଯାଇଛି। ବାସ୍ତବରେ, ପଦ ପଦ୍ମାରାଧନା ସେବା ପ୍ରତି ମଙ୍ଗଳବାର ମନ୍ଦିରରେ ଅନୁଷ୍ଠିତ ହୁଏ। ପୁରୋହିତ ଭଗବାନଙ୍କ ନାମ ଗଣନା କରନ୍ତି। ଭଗବାନଙ୍କର ପ୍ରତ୍ୟେକ ନାମ ଜପ କରି ଦେବତାଙ୍କ ଚରଣରେ ଏକ ସ୍ୱର୍ଣ୍ଣ କମଳ ଅର୍ପଣ କରାଯାଇଥାଏ। ଏହା ପୂର୍ବରୁ ୧୯୮୪ରେ, ଜଣେ ମୁସଲମାନ ଭକ୍ତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ୧୦୮ ଟି ସୁବର୍ଣ୍ଣ ଲୋଟସ୍ ପ୍ରଦାନ କରିଥିଲେ ।