ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

0

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକରେ ଗଏଘଜଋଏ ଯୋଜନା ଅଧୀନରେ ତାଙ୍କ ଦ୍ୱାରା କାର୍ୟ୍ୟକାରୀ ହୋଇଥିବା ସଡକ କାର୍ୟ୍ୟ ସମ୍ବନ୍ଧରେ ସମସ୍ତ ସଂଯୁକ୍ତ ଡକ୍ୟୁମେଣ୍ଟ ହସ୍ତାନ୍ତର କରିବାକୁ ଏବଂ ବିଲ୍ ପାସ୍ କରାଇ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଜଣେ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଭିଜିଲାନ୍ସର ଯୋଜନା ମୁତାବକ ଉକ୍ତ ଠିକାଦାର ଆଜି କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ପ୍ରଣତି ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।