ବସ୍ତା : ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ ଇଞ୍ଜିନ । ବସ୍ତା ଅମର୍ଦ୍ଦାରୋଡ୍ ନାରଙ୍ଗବାଦ ଠାରେ ଏକ ମାଲବାହୀ ଟ୍ରେନ୍ ଇଞ୍ଜିନ ପ୍ରାୟ ୧ କିମିବଗି ଛାଡ଼ି ପଳାଇ ଯାଇଥିଲା । ପରେ ରେଲୱେ ବିଭାଗ ପକ୍ଷରୁ ବଗି ଯୋଡ଼ା ଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ୨୫ଟି ବଗି ଲାଗିଥିବା ଏହି ମାଲଗାଡ଼ିଟି ଭଦ୍ରକରୁ ଖଡ଼ଗପୁର ଯାଉଥିଲା। ବସ୍ତା-ଅମର୍ଦ୍ଦାରୋଡ ରେଳ ଲାଇନରେ ନାରଙ୍ଗାବାଦଠାରେ ମାଲଗାଡିରୁ ୨୦ଟି ବଗି ଅଲଗା ହୋଇଯାଇଥିଲା। କିପରି ବଗିଗୁଡ଼ିକ ଅଲଗା ହେଲା ତାହା ଜଣାପଡ଼ି ନ ଥିବାବେଳେ ଇଞ୍ଜିନଟି ପ୍ରାୟ ୩ କିଲୋମିଟର ଯିବା ପରେ ମାଲଗାଡ଼ିରେ ଅବଶିଷ୍ଟ ବଗି ନ ଥିବା ଜଣାପଡ଼ିଥିଲା। ଫଳରେ ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ।