କରଞ୍ଜିଆ / ବସନ୍ତ କୁମାର ସୋରେନ: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ। ଆଉ ଲଢେଇର ଭିଡ଼ିଓ ଟ୍ୱିଟ ଯୋଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସେୟାର କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବାଘ ନମ୍ବର ୩୫ ଟି ଏବଂ ୩୧ ଟି ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ବାଘ ନିଜ ଅଞ୍ଚଳରେ ନିଜର ଆଧିପାତ୍ୟ କୁ ସାବ୍ୟସ୍ତ କରିବା ନେଇ ଏଭଳି ଲଢେଇ ପ୍ରାୟତଃ ହୁଏ ବୋଲି ଡ଼ଃ ପ୍ରକାଶ ଚାନ୍ଦ କହିଛନ୍ତି। ଲଢେଇରେ ମୁଣ୍ଡରେ କଳା ଚିହ୍ନ ଥିବା ମହାବଳ ବାଘର ବିଜୟ ହୋଇଥିବା ର ଜଣାପଡିଛି। ଆଉ ଏ ଦୃଶ୍ୟ ମଧ୍ୟ ବେଶ ନିଆରା ଅଟେ।